ମାଛ ଧରାଳିଙ୍କ ପୁଅ ପାଇଲେ ଓଏଏସ୍ ।

ସୋରଡ଼ା ୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ର କାହ୍ନୁ ଚରଣ ବେହେରା ୫୬ ନମ୍ବର ରେଙ୍କ ରଖି ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି। କାଳିଆ ବେହେରା ଙ୍କ ପୁଅ କାହ୍ନୁ ଚରଣ ବେହେରା ଜଣେ ମେଧାବୀ ଛାତ୍ର ଥିଲେ। ପୁର୍ବରୁ କାହୁଁ ତିନି ଥର ଓ ଏ ଏସ ପରୀକ୍ଷା ଦେଇ ବିଫଳ ହୋଇଥଲେ ।ତଥାପି ହାରମାନି ନଥିଲେ ଚତୁର୍ଥ ଥର ପରୀକ୍ଷାରେ ଓ ଏ ସ୍ ପାଇଛନ୍ତି । କାହ୍ନୁ ଚରଣ ସାହିରେ ଛୋଟ ଛୋଟ ପିଲା ମାନଙ୍କୁ ମାଗଣାରେ ପାଠ ପଢ଼ାଉ ଥିଲେ । ଆଜି ସେ ସଫଳତା ପାଇବା ପରେ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।