
ଚୌଦ୍ୱାର (ଶିବବ୍ରତ ଦାସ ) ସାରା ରାଜ୍ୟରେ ଏକ ନମ୍ବର ଦୁର୍ନୀତିଗ୍ରସ୍ଥ ପୌରକାର୍ଯ୍ୟାଳୟ ଭାବେ ଚହଳ ସୃଷ୍ଟି କରିଥିବା ଚୌଦ୍ୱାର ପୌରପାଳିକା ଟେଣ୍ଡର ଫିକ୍ସିଙ୍ଗକରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ସୂଚନା କର୍ମୀ ମନୋଜ ସାହୁଙ୍କ କହିବାନୁଯାଇ ଚିଠି ସଂଖ୍ୟା -4226,ତାରିଖ -05/10/2023,ରେଫରାନ୍ସ ନଂ -ChM-09-2022/23 ମାଧ୍ୟମରେ ପୌରପାଳିକାର ବିଭିନ୍ନ ୱାର୍ଡରେ ଉନ୍ନୟନ କାର୍ଯ୍ୟ କରିବା ନିମନ୍ତେ ଚଉଦ ଗୋଟି କାର୍ଯ୍ୟର ଟେଣ୍ଡର ପ୍ରକାଶ କରିଥିଲା, ଏହି ଚଉଦଗୋଟି କାର୍ଯ୍ୟ ମଧ୍ୟରୁ ଦଶନଂ ୱାର୍ଡରେ ତିନିଗୋଟି କାର୍ଯ୍ୟଥିଲା, ଏହି ତିନିଗୋଟି କାର୍ଯ୍ୟପାଇଁ ହୋଇଥିବା ଟେଣ୍ଡରକୁ ପୌରପାଳିକାର କିଛି ୱାର୍କ ବିଭାଗର କିଛି ଅସାଧୁ କର୍ମଚାରୀ ଟେଣ୍ଡର ଫିକ୍ସି କରିଥିବାନେଇ ସୂଚନା କର୍ମୀ ମନୋଜ ସାହୁ ସନ୍ଦେହକରି ପୌରପାଳିକାର ଜନସୂଚନା ଅଧିକାରୀ /ଯେଇ ଶ୍ରୀ ସଞ୍ଜୟ ସାମଲଙ୍କୁ ଏହି ସମ୍ବଦ୍ଧରେ ସୂଚନା ଆଇନି ମାଧ୍ୟମରେ ତଥ୍ୟ ମାଗିଥିଲେ, ଯେହେତୁ ସନ୍ଦେହ ହୋଇଥିବା ତିନିଗୋଟି କାର୍ଯ୍ୟକୁ ଯେଇ ସମ୍ପାଦନ କରିଥିଲେ ତେଣୁ ଶ୍ରୀ ସାମଲ ତଥ୍ୟ ପ୍ରଦାନ କରିନଥିଲେ, ତେଣୁ ଏହା ବିରୁଦ୍ଧରେ ଶ୍ରୀ ସାହୁ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅପିଲ କରିଥିଲେ, କିନ୍ତୁ ପ୍ରଥମ ଆପିଲେଟ ଅଥରଟୀ /ନିର୍ବାହୀ ଅଧିକାରୀ ଶୁଣାଣି ନକରି ଅପିଲଟିକୁ ଖାରଜ କରିଦେଇଥିଲେ, ଏହା ବିରୁଦ୍ଧରେ ଶ୍ରୀ ସାହୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅପିଲ କରିଥିଲେ, ଏହି ଅପିଲ ଉପରେ ଶୁଣାଣି କରିବାନିମନ୍ତେ ତା -12/06/26 ଦିନ କମିଶନଙ୍କ ନିକଟରେ ଉପସ୍ଥିତ ରହିବାପାଇଁ ଯେଇ ସଞ୍ଜୟ ସାମଲ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରିକରିଛନ୍ତି, ତଥ୍ୟ ନମିଳିବାରୁ ଟେଣ୍ଡର ଫିକ୍ସିଂ ହେଇଥିବାନେଇ ନିଶ୍ଚିନ୍ତ ହୋଇ ଶ୍ରୀ ସାହୁ ପୌରପାଳିକାର ସମସ୍ତ ଉପରିସ୍ଥ ଅଧିକାରୀ, ଅଡିଟ ବିଭାଗ ଓ ଭିଜିଲାସନ୍ସଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ, ଭିଜିଲାସନ୍ସ କେସ ନଂ -CDPR no -103/25 ଅଟେ, ଲିଖିତ ଅଭିଯୋଗପରେ ମୁନିସିପାଲିଟି ନିର୍ଦେଶକଙ୍କ ନିର୍ଦେଶ ଅନୁସାରେ ପ୍ରୋଜେକ୍ଟ ଡାଇରେକ୍ଟର, କଟକ ଏକ ତଦନ୍ତକାରି ଟିମ ଗଠନ କରିଥିଲେ, ସେହି ତଦନ୍ତକାରି ଟିମର ସଦସ୍ୟ ବାଙ୍କୀ ଓ ଆଠଗଡ NAC ର ନିର୍ବାହୀ ଅଧିକାରୀ, ଯେଇ ଓ ଆକାଉଟାନ୍ତ ଚୌଦ୍ୱାର ପୌରପାଳିକାକୁ ତଦନ୍ତ କରିବାକୁ ଆସି ଅଭିଯୋଗ ହୋଇଥିବା କାର୍ଯ୍ୟର ନଥିପତ୍ର ମାଗିଥିଲେ, କିନ୍ତୁ ପୌରପାଳିକାର ନିର୍ବାହୀ ଅଧିକାରୀ ତଦନ୍ତକାରି ଟିମକୁ ସହଯୋଗ କଲେନାହିଁ କିମ୍ବା କୌଣସି ନଥିପତ୍ର ଦେଖାଇଲେନାହିଁ, ଏଣୁ ତଦନ୍ତକାରି ଟିମ ଚିଠି ନଂ -657,dt -25/02/26ମାଧ୍ୟମରେ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଜଣାଇଲେଯେ ଚୌଦ୍ୱାର ପୌରାକାର୍ଯ୍ୟାଳୟ ଆମକୁ କୌଣସି ନଥିପତ୍ର ନଦେବାଦ୍ଵାରା ଆମ୍ଭେମାନେ କୌଣସି ତ ଦନ୍ତ କରିପାରିଲୁନାହିଁ, ଏହି ରିପୋର୍ଟକୁ ପ୍ରୋଜେକ୍ଟ ଡାଇରେକ୍ଟର ଚିଠି ନଂ 171,dt -16/03/26 ମାଧ୍ୟମରେ ଡେପୁଟି ସେକ୍ରେଟାରୀ ଭୁବନେଶ୍ୱରଙ୍କୁ ପଠାଇଛନ୍ତି, ଏହି ସମ୍ଭଦ୍ଧରେ ଶ୍ରୀ ସାହୁ ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗ କରିବାପରେ ଉଚ୍ଚତମ ନ୍ୟାୟାଳୟ ଯେଉଁସବୁ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ସେମାନଙ୍କୁ ନୋଟିସ ଜାରିକାରୀ ଏହି ସମ୍ବଦ୍ଧରେ ଲିଖିତ ଉତ୍ତର ମାଗିଛନ୍ତି, ଏହା ମଧ୍ୟରେ ଅଡିଟ ବିଭାଗ ଅଡିଟ କରିସାରିଛନ୍ତି, ଅଡିଟ ରିପୋର୍ଟ ଆସିଲା ପରେ ପରବର୍ତୀ କାର୍ଯ୍ୟକ୍ରମ ନିଆଯିବ ବୋଲି ସୂଚନା କର୍ମୀ ମନୋଜ ସାହୁ କହିଛନ୍ତି l