
ଭଞ୍ଜନଗର ୨୬:/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଛି। ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ମଧ୍ୟରୁ ମୋଟ ୩୫ଟି ଫୋନ୍ ଜବତ କରି ରବିବାର ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି।ଏଯାବତ ଆୟୋଜିତ ମୋବାଇଲ୍ ଫୋନ୍ ମେଳାରେ ୧୬୫ଟି ମୋବାଇଲ୍ ପୋଲିସ ଜବତ କରି ପ୍ରଦାନ କରିଥିଲେ।ଆଜି ଆଉ ୩୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।ବିଭିନ୍ନ ନାମୀଦାମୀ କମ୍ପାନୀ ର ମୋବାଇଲ ଗୁଡ଼ିକ ଯାହାର ଅନୁମାନିକ ମୂଲ୍ୟ ଚାରି ଲକ୍ଷ୍ୟ ରୁ ଉର୍ଦ୍ଧ ହେବ।ନୂତନ ବୈଷୟିକ ଜ୍ଞାନକୌଶଳ ଓ ସାଇବର୍ ପ୍ରଯୁକ୍ତିର ସହାୟତାରେ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରିପାଇବାରେ ପୋଲିସ ସଫଳ ହେଉଛି। ଏହାର ଫଳରେ ଲୋକମାନଙ୍କ ମୁହଁରେ ହସ ଫୁଟିଉଠିଛି ଓ ପୋଲିସର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।ଆଜି ଥାନା ପରିସରରେ ଆୟୋଜିତ ଖବର ଦାତା ସମ୍ମିଳନୀରେ ଏଡି ପିଓ ଦୀପକ କୁମାର ମିଶ୍ର ମୋବାଇଲ୍ ଫୋନ୍ କିପରି ଉଦ୍ଧାର କରାଗଲା ସେଥିପାଇଁ ବିସ୍ତାରିତ ତଥ୍ୟ ଦେଇଥିଲେ। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ, ସାଇବର୍ ସେଲ୍ର ସହଯୋଗ ଓ ଭଞ୍ଜନଗର ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁ ଲୋକମାନଙ୍କୁ ଶୀଘ୍ର ନ୍ୟାୟ ମିଳିପାରିଛି ବୋଲି ସେ କହିଛନ୍ତି।ଏହି ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ ଆଜି ଅନେକ ମହିଳା, କଲେଜ ପଢା ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା ମାନେ ଆଜି ତାଙ୍କର ମୂଲ୍ୟବାନ ହଜି ଯାଇଥିବା ମୋବାଇଲ ଖଣ୍ଡିଏ ପାଇ ଖୁସି ବ୍ୟକ୍ତ କରିଥିଲେ।ତେଣୁ ଭଞ୍ଜନଗର ପୋଲିସ ର ଏହି ପଦକ୍ଷେପକୁ ଭଞ୍ଜନଗର ଜନ ସାଧାରଣ ସାଧୁବାଦ ଜଣାଇଥିଲେ।