ସୋରଡ଼ାରେ କାର୍ଗିଲ ବିଜୟ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୋରଡ଼ା ୨୬/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କାର୍ଗିଲ ବିଜୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନଟିଏ। ଏଣୁ ସୋରଡ଼ା ଅବସରପ୍ରାପ୍ତ ସୈନିକ ସଂଘର ସଦସ୍ୟଙ୍କ ସହିତ ସୋରଡ଼ା ଲାୟନ୍ସ କ୍ଲବ ଓ ସମ୍ବାଦ ଗୁପ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ବଦାନ୍ୟ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଉତ୍ସାହୀ ରକ୍ତଦାତାଙ୍କୁ ପ୍ରେରଣା ଯୋଗାଇଥିଲେ। ପ୍ରଶିକ୍ଷକ ଚିନ୍ମୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ସୋରଡ଼ା ଆଦର୍ଶ ବିଦ୍ୟାଳୟର ନାଭାଲ ୱବିଙ୍ଗର ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ସୋରଡ଼ା ବ୍ଲକର ଅବସର ପ୍ରାପ୍ତ ସୈନକ ସଙ୍ଘ ଗୃହଠାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ଃ ବି ଲୋକେଶ ରେଡ୍ଡୀଙ୍କ ନେତୃତ୍ୱରେ ପ୍ରମୁଖ ଡାକ୍ତରୀ ଦଳ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଅନୁକୂଳ ପାଗ ହେତୁ ତଥା ଏନଏସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା, ଲୟନ୍ସ ଡ଼ା ଆଶିଷ କୁମାର ଖାଡଙ୍ଗା, ସୈନିକ ସଙ୍ଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ହାବିଲଦାର ଗୁରୁପ୍ରସନ୍ନ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ,ବିଦ୍ୟଧର ବେହେରା, ସୁରେଶ ବିଷୋୟୀ, ଗୌରାଙ୍ଗ ପଢ଼ିଆରୀ, ମୁରଲୀଧର ଗୋଛୟତ, ଧୀରେନ୍ଦ୍ର ପାଣ୍ଡେ ,ସୁବାସ ପଣ୍ଡା ଓ ଅଗ୍ନିବିର ଚନ୍ଦନ ଓ ରୋଶନ ସଭା ଜିଲ୍ଲା ପରିଷଦ ସଭ୍ୟ ତଥା ସମ୍ବାଦ ପ୍ରତିନିଧି ସମରେନ୍ଦ୍ର କୁମାର ସାହୁ, ବିଜେପିର ବରିଷ୍ଠ ସଦସ୍ୟ ହରିହର ପଣ୍ଡା ଓ ମଣ୍ଡଳ ସଭାପତି ଭି ଜଗଦୀଶ ରାଜୁଙ୍କ ସହଯୋଗରେ ସଫଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।ଏହି ରକ୍ତଦାନ ଶିବିରରେ ପ୍ରାୟ ୫୬ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବଜରଙ୍ଗ ଦଳ ବରିଷ୍ଠ ସଦସ୍ୟ, ଓ ସରସ୍ବତୀ ଶିଶୁ ବିଦ୍ୟ ମନ୍ଦିରର ଗୁରୁଜୀ ଗୁରୁମା ଉପସ୍ଥିତ ରହି ଉତ୍ସାହୀ ରକ୍ତ ଦାତା ଓ ଯୁବ ବନ୍ଧୁ ମାନଙ୍କୁ ପ୍ରେରଣା ଦେଇଥିଲେ। ଯୁବକ ମାନଙ୍କ ଏହି ଭଳି ମହତ କାର୍ଯ୍ୟକୁ ଶିକ୍ଷିତ ସମାଜ ଭୁରି ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।