
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି ଓଡିଶା ଟୁଡେ): ଯାଜପୁର ଜିଲ୍ଲା , ବ୍ୟାସନଗରରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦପତ୍ର ‘‘କଳିଙ୍ଗନଗର ବୁଲେଟିନ୍’’ ପକ୍ଷରୁ “ହୋଟେଲ୍ ରୟାଲ୍ କଳିଙ୍ଗ” ଠାରେ କଳିଙ୍ଗନଗର ବୁଲେଟିନ ସମ୍ପାଦକ ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ “ସଫଳ ଦୃଷ୍ଟାନ୍ତ ଅପେକ୍ଷାରେ ଆମ ସୁଭଦ୍ରା ଶକ୍ତି” ଏକ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ପତ୍ର ଗଠନମୂଳକ ବିରୋଧୀ ଦଳ ଭୂମିକା ନିର୍ବାହ କରେବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ନାରୀ ସଶକ୍ତ ହେଲେ ରାଷ୍ଟ୍ର ସମୃଦ୍ଧ ହୁଏ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତାଭାବେ ସମାଜ ବିଜ୍ଞାନୀ , ପରିବେଶବିତ୍ ତଥା ସ୍ତମ୍ଭକାର ଡ. ରୀନା ରାଉତରାୟ, ନାରୀ ନେତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ନାରୀ ସଶକ୍ତ ଉପରେ ଆଲୋକପାତ କରିଥିଲେ। ସହଯୋଗୀ ସମ୍ପାଦକ ଶରତ ପଥାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସହ ସମ୍ପାଦକ ରବିନାରାୟଣ କର ସ୍ୱାଗତ ଭାଷଣ ପ୍ରଦାନ କରି ଆଲୋଚନା ଚକ୍ର ବିଷୟରେ ଆଲୋଚନା କରିଥିଲେ।ସମ୍ବର୍ଦ୍ଧିତ ପ୍ରତିଭା ଭାବେ ବରିଷ୍ଠ ସାମ୍ବାଦିକ ଗଦାଧର ପଣ୍ଡା, ହର୍ଷ ବର୍ଦ୍ଧନ ବେହେରା, ଯାଜପୁର ରୋଡ଼ ଥାନା ଅଧିକାରୀ ଆଶୀଷ କୁମାର ସାହୁ, ଖଣି ବିଭାଗ ଯନ୍ତ୍ରୀ ଦିଲ୍ଲୀପ ବାନାର୍ଜୀ,ଅବସର ପ୍ରାପ୍ତ ଶିକ୍ଷୟତ୍ରି ପ୍ରବୀଣା ସାମଲ,
ଶ୍ରେଷ୍ଠ ଦମ୍ପତି ରଂଜିତା ସ୍ୱାଇଁ ଓ ଓମ ପ୍ରକାଶ ସ୍ୱାଇଁ, ନବଉତ୍କଳ ମହିଳା ସମିତିର ସୁଜାତା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ମଦନ ପାଣି ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଡାକ୍ତର ଗୌରୀଶଙ୍କର ଷଡ଼ଙ୍ଗୀ, ନିରଞ୍ଜନ ଘଡ଼ାଇ, ଡ. କୁଶ ଚନ୍ଦ୍ର ପ୍ରଧାନ, ନାରୀ ନେତ୍ରୀ ଜୟନ୍ତୀ ଜେନା, ସାମ୍ବାଦିକ ଡ. ଚିନ୍ତାମଣି ପାଢ଼ୀ, ବାବୁରାମ ଜେନା, ବିଜୟ କୁମାର ସାହୁଙ୍କ ସମେତ ସାହିତ୍ୟିକ, ବୁଦ୍ଧିଜୀବୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।