
ଭଞ୍ଜନଗର/ ବେଲଗୁଣ୍ଠା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଭଞ୍ଜନଗର ଓକିଲ ସଂଙ୍ଘ ତରଫରୁ ସହିଦ ବୀର ଯବାନ ଙ୍କ ସ୍ମୃତି ଅବସରରେ ଏକ ରକ୍ତଦାନ ଶିବିର ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଗାଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଆରବିଏସ କନସଲଟାନ୍ସି, ଭଞ୍ଜନଗର ସାହାଯ୍ୟ ସହଯୋଗ କରିଥିଲେ ।
ଏଥିରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ରକ୍ତଦାନ ର ମହତ୍ୱ ବୁଝାଇଥିଲେ। ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ ନାୟକ ଓ ଉପ ସଭାପତି ରଜତ କୁମାର ଦାଶ, ଭଞ୍ଜନଗର ଓକିଲ ବନ୍ଧୁ ସନ୍ତୋଷ କୁମାର ବିଶ୍ୱାଳ, ସୁଧାଂଶୁ ଶେଖର ପୋଲାଈ, ଓକିଲ ପ୍ରଭାକର ପାତ୍ର, ଦଣ୍ଡପାଣି ପ୍ରଧାନ, ସଂଜୀବ ପାତ୍ର, ଚନ୍ଦ୍ରମଣି ମହାପାତ୍ର, ଓକିଲ ପିଅନ ଗୋବିନ୍ଦ ପରିଡା, ମଙ୍ଗୁଳି ସାହୁ, ବେଲଗୁଣ୍ଠା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, ଖଇରାପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ଜୟରାମ ସ୍ୱାଇଁ, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସିମାଞ୍ଜଳ ପୃଷ୍ଟି, ସ୍ନେହା ମିଶ୍ର, ପୂର୍ଣ୍ଣଚନ୍ଦ୍ର ରଥ, ସମାଜସେବୀ ଓ ଉଦ୍ୟୋଗପତି ସୁଶାନ୍ତ ପାତ୍ର ଆଦି ସହ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଓକିଲ ସଂଘର ସମ୍ପାଦକ ଧିରେନ କୁମାର ସ୍ୱାଇଁ । ଏହି ସ୍ଵାସ୍ଥ୍ୟ ଶିବିର ରେ ୮୬ ଜଣ ରୋଗୀ ଉପକୃତ ହୋଇଛନ୍ତି। ଏଇ ଶୁଭ ଅବସରରେ ଭଞ୍ଜନଗର ଓକିଲ ସଂଘ ର ଅନେକ ଓକିଲ ଓ ଅନ୍ୟାନ୍ୟ ୧୫ ଜଣ ମାନ୍ୟଗଣ ରକ୍ତଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଆପେକ୍ସ କମ୍ପାନୀ ର କର୍ମଚାରି କାଳୁ ଚରଣ ପାତ୍ର ରକ୍ତ ପରୀକ୍ଷା କରୁଥିଲେ । ଅଖିଳ ଭାରତୀୟ ଆୟୁର୍ବେଦ ମହା ସମ୍ମିଳନୀ, ଗଞ୍ଜାମ ଶାଖା ର ଅନେକ ବରିଷ୍ଠ ଡାକ୍ତର ଦେୟ ମୁକ୍ତ ରେ ନିଜର ମୁଲ୍ୟବାନ ପରାମର୍ଶ ସହିତ ଔଷଧ ବିତରଣ କରିଥଲେ ।
ପରାମର୍ଶ ଦାତା
- ଡ. ସୌରଭ କୁମାର ଶତପଥୀ, (Bams) ସ୍ଵାସ୍ଥ୍ୟ ନିଳୟ ଆୟୁର୍ବେଦ ଫାର୍ମାସୀ, ଭଞ୍ଜନଗର
- ଡ. ବିପିନ ବିହାରୀ ସାହୁ
(Bams) ଅବସର ପ୍ରାପ୍ତ ମେଡିକାଲ୍ ଆୟୁର୍ବେଦ ଅଫିସର୍, ବ୍ରହ୍ମପୁର - ଡ. କିରନ କୁମାର ପାଣିଗ୍ରାହୀ
(Bams) ଡିଭାଇନ ନର୍ସିଂ ହୋମ, ମୁଖ୍ୟ ନିର୍ଦ୍ଦେଶକ - ଡ. ରାମଚନ୍ଦ୍ର ରଥ
(Bams) ଅବସର ପ୍ରାପ୍ତ ମେଡିକାଲ୍ ଆୟୁର୍ବେଦ ଅଫିସର୍, ବ୍ରହ୍ମପୁର - ଡ. ଅତୁଲ୍ୟ କୁମାର ପଟ୍ଟନାୟକ, (Bams) ବରିଷ୍ଠ ଆୟୁର୍ବେଦ ପରାମର୍ଶଦାତା, ବ୍ରହ୍ମପୁର
- ଡ଼. ରମେଶ ଚନ୍ଦ୍ର ଦାଶ
(Bams)ଅବସର ପ୍ରାପ୍ତ ମେଡିକାଲ୍ ଆୟୁର୍ବେଦ ଅଫିସର୍, ବ୍ରହ୍ମପୁର - ନିଶିକାନ୍ତ ଷଡ଼ଙ୍ଗୀ, ଆର୍ୟୁବେଦ ଔଷଧ ବିତରକ, ବ୍ରହ୍ମପୁର
ମହୋଦୟ ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି
୧୯୯୯ ମସିହାରେ ଆଜିର ଦିନରେ ଆମର ବୀର ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରି କାର୍ଗିଲ ଯୁଦ୍ଧରେ ସଫଳତା ହାସଲ କରିଥିଲେ। ଦୀର୍ଘ ୬୦ ଦିନରୁ ଅଧୂକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ‘ଅପରେସନ୍ ବିଜୟ’ (Operation Vijay) ମାଧ୍ୟମରେ ଶତ୍ରୁମାନଙ୍କୁ ସୀମାରୁ ଘଉଡ଼ାଇ ଦେଇଥିଲେ ଏବଂ କାର୍ଗିଲ ଶିଖରରେ ପୁଣି ଥରେ ଆମର ଗର୍ବର ତ୍ରିରଙ୍ଗା ଉଡାଇଥିଲେ ।