ବାଲିପଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ନବମ ବାର୍ଷିକ ଉତ୍ସବ

ବୁଗୁଡ଼ା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବାଲିପଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଙ୍ଗଣରେ ଅନଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ସଭାପତି ପୁଷ୍ପାଞ୍ଜଳି ବାଡତ୍ୟାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବାଲିପଦର ଅଞ୍ଚଳର ଯୁବ ସମାଜସେବୀ ତଥା ପ୍ଳସ୍ ଷ୍ଟାର ଇଂଞ୍ଜିନିୟରିଂ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ହେବାପାଇଁ ପରାମର୍ଶ ଦେବାସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡ଼ା ବ୍ଳକ୍ ଚେୟାରମ୍ୟାନ ପ୍ରିୟଦର୍ଶନୀ ଆଚାରୀ, ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସମାଜସେବୀ ଜୟନ୍ତୀ ପଢ଼ିଆରୀ, ବାଲିପଦର କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ପୁର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ଜେନା, କେ. କାହ୍ନୁ ଆଚାରୀ, ସିମାଞ୍ଚଳ ବାଡତ୍ୟା, କେ.ନୀଳମାଧବ ଆଚାରୀ, ଖଲି ପରିଡ଼ା, ସୁଶାନ୍ତ କୁମାର ବେହରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶିକ୍ଷାୟତନରେ ଶିକ୍ଷାଦାନ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଗୁରୁମା ମମତା କୁମାରୀ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ନିର୍ଦ୍ଦେଶକ କାହ୍ନୁଚରଣ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *