ପାତାଳୀ ଶ୍ରୀକ୍ଷେତ୍ରରେ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କାମ ଆରମ୍ଭ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ନିକଟ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କାମ ଆରମ୍ଭ ହୋଇଯାଇଛି। ଛଳିଆ ପାହାଡ଼ ଉପରେ ବହୁ ପ୍ରତିକ୍ଷିତ ଜଗନ୍ନାଥଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ଗତ ୧୦ ତାରିଖ ଠାରୁ ଲେବେଲିଙ୍ଗ୍ ଆରମ୍ଭ ହୋଇଯାଇଛି।ଏଠାରେ ଖୁବ୍ ଶୀଘ୍ର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି। ପ୍ରାୟ ୨୦ କୋଟି ଟଙ୍କାରେ ମନ୍ଦିର ନିର୍ମାଣ ହେବ।ସବୁ ପ୍ରକ୍ରିୟା ଯଦି ସମୟ ଅନୁସାରେ ଚାଲିବ, ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ଶେଷ ହୋଇପାରେ। ଜେସିବି ମାଧ୍ୟମରେ ଲେବଲିଙ୍ଗ୍ କାମ ଜାରି ଥିବା ବେଳେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ମନ୍ଦିର ନିର୍ମାଣ କାମ ନେଇ ଉତ୍ସାହିତ ହୋଇଛନ୍ତି।ଛଳିଆ ପାହାଡ଼ଛଳିଆ ପାହାଡ଼ । ସୂଚନାଯୋଗ୍ୟ ପାତାଳୀ ଶ୍ରୀକ୍ଷେତ୍ରରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ବହୁ ପୁରାତନ। ଏଠାରେ ଏକ ମନ୍ଦିର ନିର୍ମାଣ ହେବ ବୋଲି ଦୁଇ ଦଶନ୍ଧି ଧରି ଚର୍ଚ୍ଚା ହେଉଥିଲା। ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୦୧୨ ଜୁଲାଇ ୫ରେ ଭୂମୀପୂଜନ କରାଯାଇଥିଲା। ସେବେଠାରୁ ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନେ ଅପେକ୍ଷା କରିଛନ୍ତି ।

ଐତିହାସିକ ଦୃଷ୍ଟିକୋଣରୁ ଶ୍ରୀକ୍ଷେତ୍ର ସହିତ ପାତାଳୀ ଶ୍ରୀକ୍ଷେତ୍ରର ସଂଯୋଗ ରହିଛି। ଯେତେବେଳେ ରକ୍ତବାହୁ ଓଡ଼ିଶାର ମନ୍ଦିରଗୁଡିକ ଉପରେ ଆକ୍ରମଣ କରିଥିଲା, ଏହି ସମୟରେ ମହାପ୍ରଭୁଙ୍କୁ ଛଳିଆ ପାହାଡ଼ର ଗୁମ୍ଫାରେ ଲୁକ୍କାୟିତ ଭାବେ ରଖି ପୂଜା କରାଯାଉଥିଲା ।

ପାତାଳୀ କ୍ଷେତ୍ରରେ ପୁରୀ ମନ୍ଦିର ଭଳି ନୀତି ତଥା ପର୍ବ ପାଳନ କରାଯାଇଥାଏ। ଏଠାରୁ ଶ୍ରୀକ୍ଷେତ୍ରକୁ ସରକାର ବସ୍ ସେବା ଯୋଗାଇ ଦେଇଛନ୍ତି। ମନ୍ଦିର ନିର୍ମାଣ ହେବା ପରେ ଏଠାରେ ଦୈନିକ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *