ବେଲଗୁଣ୍ଠା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ; ଗ୍ରାମାଞ୍ଚଳର ସାମୂହିକ ବିକାଶ ରାଜ୍ୟ ପ୍ରଗତିରେ ସହାୟକ ହେବ : ବିଧାୟକ ନୀଳମଣି

ବେଲଗୁଣ୍ଠା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବ୍ଲକର ସାମୁହିକ ବିକାଶ ଦିଗରେ ସମସ୍ତେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳର ବିକାଶ ହେଲେ ରାଜ୍ୟ ପ୍ରଗତିରେ ଏହା ସହାୟକ ହେବ ବୋଲି କହିଥିଲେ । ସ୍ୱତନ୍ତ୍ର ବୈଠକରେ ବିଡ଼ିଓ ବିଜୟ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ  ରତ୍ନାକର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଏମଜିଅନଆରଇଜିଏସ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇ ସାରିଥିବା ଯୋଗୁଁ ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା ସହ ଅଚଳ ହୋଇଥିବା ନଳକୂପ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ ।  ବୈଠକରେ ବଙ୍କା ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଗୌଡ଼, ଖଇରପୁଟି ସମିତି ସଭ୍ୟା ଶାନ୍ତିଲତା ବେହେରା, ଗାଙ୍ଗପୁର ସମିତି ସଭ୍ୟା ଗୀତାଞ୍ଜଳି ବିଷୋୟୀ, ବଡ଼ପଡା ସମିତି ସଭ୍ୟ ପୀତବାସ ସାହୁ, ପାଇଲିପଡା ସମିତି ସଭ୍ୟ କେ .ରବୀନ୍ଦ୍ର କୁମାର ପାତ୍ର, ଉଢୁରା ସରପଞ୍ଚ ସୁଧାଂଶୁ ଶେଖର ପୋଲାଇ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା ପ୍ରମୁଖଙ୍କ ସହ କ୍ଷତ୍ରିୟବରପୁର ସରପଞ୍ଚ କମଳା କୁମାରୀ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ବଡ଼ପଡା ସରପଞ୍ଚ ସୁଶାନ୍ତ ସାହୁ,ନୂଆଗାଁ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ,ବଡ଼ ବୋରସିଂ ସମିତି ସଭ୍ୟ ରାମେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀଙ୍କ ସହ ଅନ୍ୟାନ୍ୟ ପଞ୍ଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *