ଭଞ୍ଜନଗର : ବିଶ୍ୱ ବନ ଦିବସ ପାଳିତ

ଭଞ୍ଜନଗର(ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ ) : ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏସିଏଫ ରଶ୍ମି ରଞ୍ଜନ ସାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବନ ଏବଂ ଖାଦ୍ୟ ଉପରେ ଆଲୋଚନା ହୋଇଥିଲା । ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।ଏସିଏଫ ବିବେକ କୁମାର ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ, ବନ ଏବଂ ଖାଦ୍ୟ ଉଭୟ ପରିପୂରକ ଜଡ଼ିତ। ଜଙ୍ଗଲରୁ ଅନେକ ଖାଦ୍ୟ ମିଳୁଛି। କେତେକ ସ୍ଥାନରେ ଲୋକେ ଏବେ ବି ଜଙ୍ଗଲରୁ କନ୍ଦା ସଂଗ୍ରହ କରି ଖାଉଛନ୍ତି। ମୃତ୍ତିକା ସଂରକ୍ଷଣ ଲୋଡ଼ା। ବିଭିନ୍ନ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ୧୦ ଦିନ ପୂର୍ବେ ଜଙ୍ଗଲ ପୋଡି ଏହି ବନଖଣ୍ଡରେ ବଢିଥିଲା। କିନ୍ତୁ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଯୋଗୁ ବର୍ତ୍ତମାନ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରଯାଇଛି ବୋଲି ଦାସ କହିଥିଲେ।ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ,ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ସୁରେଶ ସାଇଁ,ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ଶରତ ସାଇଁ ପ୍ରମୁଖ ଆଲୋଚନାର ଭାଗ ନେଇ ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ ବୋଲି କହିଥିଲେ। ବର୍ତ୍ତମାନର ପିଢୀ ଆଗାମୀ ପିଢୀ କଥା ଚିନ୍ତା କରିବାକୁ ପଡିବ ।

ନଚେତ୍‌ ଆଗାମୀ ପିଢୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଅଭିଭାବକ ମାନେ ନିଜ ଛୁଆର ଭବିଷ୍ୟତ ପାଇଁ କିଛି ସମ୍ପତ୍ତି ରଖିବାକୁ ଚେଷ୍ଟା କରିଥାନ୍ତି। ସେହିଭଳି ସେମାନେ ସୁରକ୍ଷିତ ଜୀବନଯାପନ ପାଇଁ ବିଶୁଦ୍ଧ ବାୟୁ ଲୋଡ଼ା। ତେଣୁ ସମ୍ପତ୍ତି ଭଳି ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟ ସୁରକ୍ଷିତ ରଖିବାକୁ ପଡିବ। ଜଙ୍ଗଲ ବିଭିନ୍ନ କାରଣ ଯୋଗୁ ଧଂସ ହେଉଛି। ବାୟୁ ପ୍ରଦ୍ୟୁଷଣ, କଳାକାରଖାନା ବଢୁଛି। ଏହିଭଳି ଅନେକ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେଣୁ ଆଗାମୀ ପିଢୀ କଥା ବର୍ତ୍ତମାନ ଠାରୁ ଚିନ୍ତା କରି ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପଡିବ ବୋଲି କେତେକ ବକ୍ତା କହିଥିଲେ।ଶେଷରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସାଇଁ କବିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏଥିସହ ସେ କହିଥିଲେ, ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ବନ୍ୟପ୍ରାଣୀ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଲୋକେ ମଧ୍ୟ ଜଙ୍ଗଲର ଅନେକ ଖାଦ୍ୟ ଉପରେ ନିର୍ଭରଶୀଳ। ତେଣୁ ଜଙ୍ଗଲ ରହିଲେ ଖାଦ୍ୟ ମିଳିବ। ନଚେତ୍‌ ସମସ୍ତେ ବିପଦରେ ପଡ଼ିବା ବୋଲି କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବନପାଳ ଅନୁପ ବିଷୋୟୀ, ଜୀବନ ତ୍ରିପାଠୀ, ଶରତ ମହାନ୍ତି, ବବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *