ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରୁ ନିଲମ୍ବିତ

ଭୁବନେଶ୍ବର: ଆଜି ପୁଣି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହରେ ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ଏକାଧିକ ବାର ତାଗିଦ୍ କରିଥିଲେ। ମାତ୍ର ଦୁହେଁ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ବିଶୃଙ୍ଖଳିତ ଆଚରଣ ଲାଗି ଉଭୟଙ୍କୁ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହରୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି। ଗତକାଲି ୧୨ ଓ ଆଜି ୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯିବାରୁ ସମସ୍ତ ୧୪ଜଣ କଂଗ୍ରେସ ସଦସ୍ୟ ନିଲମ୍ବିତ ହୋଇଛନ୍ତି।ଗୃହରେ ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ଏକାଧିକ ବାର ତାଗିଦ୍ କରିଥିଲେ। ମାତ୍ର ଦୁହେଁ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ବିଶୃଙ୍ଖଳିତ ଆଚରଣ ଲାଗି ଉଭୟଙ୍କୁ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହରୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି।ଗତକାଲି ୧୨ ଓ ଆଜି ୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯିବାରୁ ସମସ୍ତ ୧୪ଜଣ କଂଗ୍ରେସ ସଦସ୍ୟ ନିଲମ୍ବିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଗତକାଲି ପ୍ରଥମାର୍ଦ୍ଧରେ ବି କଂଗ୍ରେସ ବିଧାୟକମାନେ ଗୃହରେ ଘଣ୍ଟ, ତୁରୀ ବଜାଇ ହଟ୍ଟଗୋଳ କରିଥିଲେ। ଘଣ୍ଟ ଏତେ ଜୋର୍‌ରେ ବଜାଇଥିଲେ ଯେ ପ୍ରଶ୍ନକାଳ, ଶୂନ୍ୟକାଳ କିଛି ଚାଲିପାରିନଥିଲା। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କଲେ, କିନ୍ତୁ କଂଗ୍ରେସ ବିଧାୟକଙ୍କ ଦାବି ପୂରଣ ନେଇ କିଛି ପ୍ରତିଶ୍ରୁତି ଦେଲେନି। ଅପରାହ୍‌ଣରେ ବି ସମାନ ତରିକାରେ କଂଗ୍ରେସ ବିଧାୟକମାନେ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ। ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ କଂଗ୍ରେସ ବିଧାୟକମାନେ ଗୃହରେ ବିଶୃଙ୍ଖଳା ଆଚରଣ କରୁଛନ୍ତି। ବାଚସ୍ପତିଙ୍କ ଆସନକୁ ଅପମାନିତ କରୁଛନ୍ତି। ତେଣୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ସି.ଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକ୍‌କା ଓ ସୋଫିଆ ଫିର୍ଦ୍ଦୋସଙ୍କୁ ଚଳିତ ଅଧିବେଶନର ଶେଷ ତଥା ୭ଟି କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବନ କରାଯାଉ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଏହି ପ୍ରସ୍ତାବକୁ ପାରିତ କରିଥିଲେ। ଏହି ପ୍ରସ୍ତାବକୁ ବିଜେପି ସମର୍ଥନ କରିଥିବାବେଳେ ବିଜେଡି ବିଧାୟକମାନେ ନିରବ ରହିଥିଲେ ।

Leave a Reply

Your email address will not be published. Required fields are marked *