
କଳାହାଣ୍ଡି (ପର୍ଶୁରାମ ସିନ୍ଦୁର,ଓଡିଶା ଟୁଡ଼େ ) : କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସ ମିଲିତ ଚଢ଼ାଉରେ ବଡ଼ ସଫଳତା ସାପସିଲେଟ ଗାଁ ରୁ ୬୦.୩କେଜି ଗଞ୍ଜେଇ ଜବତ, ଜଣ କୁ ଗିରଫ କରିଛି ପୋଲିସ। ଦିର୍ଘ ଦିନ ଧରି ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ବେଳେ ପୋଲିସ କୁ ଚକମା ଦେଉଥିଲେ ଗଞ୍ଜେଇ ମାଫିଆ l ବିଶେଷ ସୁତ୍ରରୁ ବୋର୍ଡା ପୋଲିସ ଖବର ପାଇ ସାପସିଲେଟ ଗାଁ ର ବିଜୟ ଛୁରା ଙ୍କ ଘରୁ ୬୦.୩ କେଜି ଗଂଜେଇ ଜବତ କରିବା ସହ ବିୟଜ ଛୁରା ଙ୍କୁ ଗିରଫ କରିଛି ।ଅନ୍ୟ ଦୁଇ ସମ୍ପୃକ୍ତ ବ୍ୟକ୍ତି ଫେରାର ରହିଛନ୍ତି।ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜଂକ୍ୟ ମାଣେ ,କେଗାଁ ଥାନା ଓ ବୋର୍ଡା ଫାଣ୍ଡି ପୋଲିସ ର ସଫଳତା କୁ ପ୍ରଶଂସା କରିବା ଓ ଗଞ୍ଜେଇ ମାଫିଆ ମାନଙ୍କୁ ଆଗାମୀ ଦିନରେ ଛଡାଯିବ ନାହିଁ ବୋଲି କହିଛନ୍ତି ।