କଳାହାଣ୍ଡି : ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଆ ଟୁଡ଼େ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କ୍ରିଷ୍ଣା ନଗର ଠାରେ ଅନୁଷ୍ଠିତ ଏହି ଯୋଜନାର ଶୁଭାରମ୍ଭ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵରା ପ୍ରଦାନ କରାଯାଇଥିଲା। ବେଶେଷକରି ଭିନ୍ନକ୍ଷମ, ବିଧବା, ସହିଦ୍ ପରିବାର,ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତିଗ୍ରସ୍ତ,ରୋଗାକ୍ରାନ୍ତ ପରିବାର ଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭବାନିପାଟଣା ବ୍ଲକ ଫାପଶୀ ଗ୍ରାମ୍ୟ ଦିଗାମ୍ବର ଠେଲା ସମ୍ପୂର୍ଣ୍ଣ ଦୃଷ୍ଟିହୀନ , ଜୁନାଗଡ଼ ବ୍ଲକ ର ସୁମିତ୍ରା ଦୁର୍ଗାଭବାନିପାଟଣା ବ୍ଲକ ନିର୍ଭ ମାଝୀ ।ଲକ୍ଷ୍ମୀପୁର ଗ୍ରାମର ଦେବକୀ ନାଏକ କର୍କଟରୋଗ ପୀଡ଼ିତା ।ଲବଙ୍ଗ ବାଗ, ରାମଚନ୍ଦ୍ର ନାଏକ, କେସିଙ୍ଗା ବ୍ଲକ ର ସେବତୀ ଭୋଇ, ଗୀତା ଅର୍ଚୁ ଝଙ୍କାର, ହଳଧର ସୁନା, ମଦନପୁର ରାମପୁର ଟେକେଧର ସାହୁ, ଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ମୁଖମନ୍ତ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ମୂଖ୍ୟମନ୍ତ୍ରୀ 6 ସହ କୋଟି ଟଙ୍କାରୁ ଉର୍ଦ୍ଧ୍ବ 1973 ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଲୋକାର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସଚିବ ଗିରିଶ ଏସ୍. ଏନ , ସାଂସଦ କଳାହାଣ୍ଡି ମାଳବିକା ଦେବୀ, ବିଧାୟକ ଧର୍ମଗଡ ସୁଧୀର ପଟ୍ଟଯୋଷୀ, ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଥିଲେ। ମୂଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭରେ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଏ ମାଟି ହେଉଛି ମାଁ ମାଣିକେଶ୍ବରୀ ମାଟି, ମାଁ ଙ୍କ ଛତର ଯାତ୍ରା, ବୀର ବାଦ୍ୟ ଘୁମୁରା ବିଶ୍ଵ ଦରବାରରେ ପରିଚିତ ।

ଏ ମାଟିର ବୀର ସହିଦ୍ ରେଣ୍ଡୋ ମାଝୀ ଓ ଜଳ ପୁରୁଷ କାରଜି ମାଝୀଙ୍କ ଅବଦାନ ଏ ମାଟି ପାଇଁ ଚିରସ୍ମରଣୀୟ ଓ ଅତୁଳନୀୟ ବୋଲି କହିଥିଲେ । ଧାନ ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲ୍ଲା ଦ୍ଵିତୀୟ ସ୍ଥାନ କପାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଉଦାହରଣ ଦେଇ ସ୍ୱାସ୍ଥ୍ୟ ସେବାରୁ ଲୋକ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ 109 ଆମ୍ବୁଲାନ୍ସ ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାହାଣ୍ଡି ମାଟିରେ ତିଆରି ହେଉଛି କ୍ରିକେଟ କ୍ରିଚ, କଳାହାଣ୍ଡିର ଦଧିବାମନ ମନ୍ଦିର, କଳାହାଣ୍ଡିର ଇତିହାସ ଜଣା ପଢ଼େ, ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକ ରୁ ତିରିଶ ହଜାରୁ ଉର୍ଦ୍ଧ୍ବ ଜଣ ସାଧାରଣ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ, ଉତ୍ସାହ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *