ଭଞ୍ଜନଗର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ତେଣୁ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ପୈତୃକ ବାସଭବନରେ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଜୁ ବାବୁଙ୍କ ପୁତୁରା ପ୍ରମୋଦ ପଟ୍ଟନାୟକ ତାଙ୍କ ଘରେ ଶ୍ରାଦ୍ଧ ଦିବସ ପାଳିଛନ୍ତି ବୋଲି ଏଠାରେ ସୂଚନା ଦେଇଛନ୍ତି। ଏଥିସହ ଭଞ୍ଜନଗର ଏନ ଏ ସି, ବାଉଁଶଲୁଣ୍ଡି ବିଜୁ ସ୍ମୃତି ସଂସଦ ପକ୍ଷରୁ ମଧ୍ୟ ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, ଏନଏସିର ସମସ୍ତ କାଉନସିଲର ଏବଂ ଅନ୍ୟମାନେ ସହରର ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏଥିସହ ସହରର ବିଭିନ୍ନ ସ୍ଥାନରେ ଥିବା ଅନ୍ୟାନ୍ୟ ମହାପୁରୁଷ ମାନକ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେହିଭଳ ବାଉଁଶଲୁଣ୍ଡି ବାଇପାସ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ବିଜୁ ସ୍ମୃତି ସଂସଦ ପକ୍ଷରୁ ବାଉଁଶଲୁଣ୍ଡି ଠାରେ ହୋଇଥିବା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, ସରକାରୀ ଓକିଲ ଦିବାକର ନାୟକ, ସରପଞ୍ଚ ରଞ୍ଜିତ ଆରୁଖ, ପୂର୍ବତନ ଏନ ଏ ସି ଅଧକ୍ଷ ସୁଧୀର ରଞ୍ଜନ ବେହେରା, ବିପ୍ରଚରଣ ବାରିକ,ବୁଲୁ ପାଢ଼ୀ,ପୁର୍ବତନ ସରପଞ୍ଚ ଲୁଲୁ ପ୍ରଧାନ, ଟୁଟୁ ଜେନା, ନାରାୟଣ ଆରୁଖ, ପୁର୍ବତନ କାଉନସିଲର ଡି ଚେଲପତି ରାଓ, ନୌଷଦ ମହମ୍ମଦ,ଏମ ଡ଼ି ହସନ,ରଞ୍ଜିତ ମିଶ୍ର, ମୁଦୁଲିପଲ୍ଲୀ ସମିତିସଭ୍ୟ,ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ କହିଛନ୍ତି ଯେ ବିଜୁ ବାବୁ ଜଣେ ପୃଥିବୀ ପ୍ରସିଦ୍ଧ ନେତା ଥିଲେ। ତାଙ୍କରି ସମୟରେ ରାଜ୍ୟର ଅନେକ ବିକାଶ ହୋଇଥିଲା। ଏହିଭଳି ଜଣେ ମହାନ ନେତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ରାଜେନ୍ଦ୍ର ଆହ୍ବାନ କରିଛନ୍ତି ।

Leave a Reply

Your email address will not be published. Required fields are marked *