ଭଞ୍ଜନଗର : ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ।ଏହି ସମୟରେ ସି ଡି ଓ ମଧୁସ୍ମିତା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୁଅନ୍ତି ତେବେ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ସିଡିଓ ପରୋକ୍ଷରେ କର୍ମଚାରୀଙ୍କୁ କହିଥିଲେ। ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀ ଯୋଜନାରେ କିଭଳି ଯୋଡିହେବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେ ବ୍ଲକର ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ। ସିଡିଓଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *