
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ମଙ୍ଗଳବାର ଚୋରା ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ ହେଲେ ଡି ମୁନା ରାଓ, ତୋଫାନ ଭୂୟାଁ ଓ ଚିନୁ ପାତ୍ର। ସେମାନଙ୍କ ଠାରୁ ୨ ଟି ଚୋରା ବନ୍ଧୁକ ସହ ୪ ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଡି ମୁନା ରାଓ ଏବଂ ତୋଫାନ ଭୂୟାଁ ଙ୍କ ନାମରେ ପୁର୍ବରୁ ୱାରେଣ୍ଟ ଥିଲା। ତେଣୁ ପୋଲିସ ସେମାନଙ୍କୁ ୱାରେଣ୍ଟ ବଳରେ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୨ ଟି ବନ୍ଧୁକ ଓ ଗୁଳି ମିଳିଥିଲା। ଚୀନୁ ପାତ୍ରଙ୍କୁ ତାଙ୍କ ସହଯୋଗୀ ଭାବେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।