ଭଞ୍ଜନଗର : ବଜ୍ରପାତ ଓ ଦୈବିଦୁର୍ବିପାକ ବିପର୍ଯ୍ୟୟ ପ୍ରଶମନ ପାଇଁ ଗଠିତ ହେଲା ୫୪ ଗୋଟି ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି

ଭଞ୍ଜନଗର (ଅମରେନ୍ଦ୍ର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ଵାରା ଭଞ୍ଜନଗରରେ ବ୍ଲକରେ ଥିବା ୧୦ ଗୋଟି କୁଲାଡ,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର,ଦୋହମୁହାଣି, ହରିଗଡ ଓ ଗାଲେରୀ ଗ୍ରାମ ପଂଚାୟତର ୫୪ ଗୋଟି ରାଜସ୍ଵ ଗ୍ରାମରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ ହୋଇଅଛି I

ଉକ୍ତ ରାଜସ୍ଵ ଗ୍ରାମର ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ, ଆଶା, ଶିକ୍ଷକ , ସ୍ଵୟସହାୟକ ଦଳ ସଭ୍ୟ ଓ ଗାଁ ସ୍ଵଛାସେବିଙ୍କୁ ନେଇ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇ ଅଛି, ଯାହାକୁ ୨୧ ଗୋଟି ଦଇବି ଦୁର୍ବିପାକ ତୁଷାର ପାତ, ଭୂତାଣୁ ସଂକ୍ରମଣ, ସାପକାମୁଡା, ରାସାୟନିକ ବିକରଣ, ଶିତ ଲହରୀ, ବାତ୍ୟା, ନୌକା ଦୁର୍ଘଟଣା, କୀଟ ଆକ୍ରମଣରେ ଫଶଲ ନଷ୍ଟ, ବାଦଲଫଟା ବର୍ଷା, ରାସ୍ତା ଦୁର୍ଘଟଣା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୁସ୍ପଳନ, ବୁଡିଯିବା,ବନ୍ୟଜନ୍ତୁ ଓ ମନ୍ୟୁଷ୍ୟ ଲଢେଇ,ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟସଭ୍ୟIଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇ ଅଛି ବିଶେଷ କରି ବଜ୍ରପାତ ସମୟରେ ଜଳଉସ୍ତ , ଗଛ ତଳେ, ଇଲେକ୍ଟ୍ରୋନିକ ଯୁକ୍ତ ବ୍ୟବହାର, ଖୋଲା ଆକାଶ ଲୋକେ ଓ ଗୃହ ପାଳିତ ପଶୁକୁ ରହିବା ବାରଣ କରାଯାଉଛି I ଭୂ ବିଜ୍ଞାନ ମନ୍ତ୍ରଣIଳୟ ତଥ୍ୟ ଅନୁସାରେ ଦେଶରେ ଉତ୍ତରପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ ଓ ଓଡିଶା ରାଜ୍ୟ ବଜ୍ରପାତ ପ୍ରବଣ ଅଞ୍ଚଳ ବୋଲି ଘୋଷଣା କରାଯାଇଅଛି I

ପାଞ୍ଚ ସେକେଣ୍ଡରେ ଏକ ମାଇଲ, ୧୫ ସେକେଣ୍ଡରେ ୩ ମାଇଲ ବିଜୁଳି ଘଡଘଡି ମାରିପାରିବ, ବଜ୍ରପାତରେ ୨୦୦୦ ରୁ ୨୦୨୧ ମଧ୍ୟରେ ୪୯ହଜାର ଲୋକ ମୃତ୍ୟବରଣ କରିଛନ୍ତି, ଜଳବାଯୁ ଓ ସ୍ଥାନୀୟ ପରିବେଶ ପରିବର୍ତନ ଯୋଗୁ ଆମ ରାଜ୍ୟରେ ୩୬ପ୍ରତିଶତ ବଢିଛି, ଏକ ହଜାର ବର୍ଗ କିଲୋମିଟରରେ ୬୯ଜଣ ବଜ୍ରପାତରେ ଜୀବନ ହରାଉଛନ୍ତି ଯାହା ଆମ ରାଜ୍ୟ ପ୍ରଥମ ରାଜ୍ୟ ରୂପେ ପରିଗଣିତ ଯାହା ଚିନ୍ତାର କାରଣ ହୋଇଛି ବୋଲି ସାଧନ କର୍ମୀ ବାର୍ଡ ସମ୍ପଦକ ପ୍ରକାଶ ଚଦ୍ର ସାହୁ ତାଲିମ ଦେଇଥିଲେ , ତାଳଗଛ ରୋପଣ ମାଧ୍ୟମରେ ବଜ୍ରପାତ କିଛି ଅଂଶ କମିପାରିବ ବୋଲି ବନ ବିଭାଗ ବନ କର୍ମଚାରୀ ଶରତ କୁମାର ମହାନ୍ତି ଓ କ୍ଷୟକ୍ଷତି ଆକଳନ ଓ ଦୈବିଦୁର୍ବିପାକ ବିପର୍ଯ୍ୟୟରେ ଜୀବନହାରିଥିବା ପରିବାରକୁ ସରକାରୀ ସାହାଯ୍ୟ ମିଳିବ ରାଜସ୍ୱ ବିଭାଗ ତରଫରୁ ରାଜସ୍ୱ ନିରିକ୍ଷକ ସଂଯୋଗ ମହାପାତ୍ର ସାଧନକର୍ମୀ ଭାବେ ଯୋଗ ଦେଇ ଉପସ୍ଥିତ ଗାଁ କଲ୍ୟାଣ ସମିତି ସଭ୍ୟ ଓ ସବ୍ୟI ପ୍ରଶିକ୍ଷଣ ଦେଇଥିଲେ I ବହୁ ସଂଖ୍ୟାରେ ଆଶା,ଅଙ୍ଗନବାଡି,ମହିଳା ଗୋଷ୍ଠୀ, ଯୁବକସଂଘ ଓ ୱାର୍ଡ ସଭ୍ୟସଭ୍ୟI ତାଲିମରେ ଅଂଶଗ୍ରହଣ କରିଛନ୍ତି I

Leave a Reply

Your email address will not be published. Required fields are marked *