
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ମେଧାବୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଚଳିତ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଏ-୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼. କମ୍ବୁପାଣି ସାମନ୍ତ ଯୋଗଦେଇ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରିଥିଲେ।ସମ୍ମାନିତ ଅତିଥି ଭାବେ ସମ୍ପଦକ ଜ୍ୟୋତି ରଞ୍ଜନ ବିଷୋୟୀ,ସହ-ସମ୍ପଦକ ଗଙ୍ଗାଧର ଦାସ,କୋଷାଧ୍ୟକ୍ଷ ଏସ୍.ଗୁପ୍ତେଶ୍ଵର ସୁବୁଦ୍ଧି, ଉପଦେଷ୍ଟା ତ୍ରିନାଥ ଗୌଡ଼ ଯୋଗ ଦେଇଥିଲେ।ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଅଙ୍କିତା ମିଶ୍ର ୫୬୦(୯୩.୩୩%), ସିଦ୍ଧି ପ୍ରଜ୍ଞା ପ୍ରଧାନ ୫୫୬(୯୨.୬୭%) ,ଅମ୍ଳାନ ତ୍ରିପାଠୀ ୫୫୬(୯୨.୬୭%) ଶ୍ରୀୟା ସମ୍ପୁର୍ଣ୍ଣା ବିଷୋୟୀ ୫୫୫(୯୨.୫୦%), ରାହୁଲ ସ୍ୱାଇଁ ୫୫୨(୯୨.୦%) ଆଦିତ୍ୟ ନାରାୟଣ ମିଶ୍ର ୫୪୯(୯୧.୫%), କ୍ରିଷ୍ଣା ପ୍ରସାଦ ମହାପାତ୍ର ୫୪୩( ୯୦.୫%)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଗୁରୁମା ସଂଗୀତା ପଟ୍ଟନାୟକ, ଅତିଥି ପରିଚୟ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ପ୍ରଦାନ କରିଥିବା ବେଳେ କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।