ବ୍ରହ୍ମପୁର ବିଧାୟକ,ମେୟରଙ୍କ ମିଳିତରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଶୁଭାରମ୍ଭ

ବ୍ରହ୍ମପୁର:-ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମହାନଗର ନିଗମ ମେୟରଙ୍କ ସହ ବ୍ରହ୍ମପୁର ବିଧାୟକ ।ଆଜି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମର ୮ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଓ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମେୟର ସୁଶ୍ରୀ ସଂଘମିତ୍ରା ଦଳେଇ ଅଂଚଳ ସଂଲଗ୍ନ ୱlର୍ଡ କର୍ପୋରେଟରଙ୍କ ଉପସ୍ଥିତିରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭୟ ବନ୍ଦନା ଯୋଜନାର ହିତାଧିକାରୀଙ୍କୁ ନୂତନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ବିଧାୟକ କେ ଅନିଲ ଏବଂ ମେୟର ସୁଶ୍ରୀ ସଂଘମିତ୍ରା ମିଳିତ ଭାବେ ଏହି ଯୋଜନାର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ପରିସରର ୧,୫୨,୦୨୨ ହିତାଧିକାରୀ କାର୍ଡ ପାଇବା ପାଇଁ ଯୋଗ୍ୟ ହୋଇଥିବା କହିଛନ୍ତି । ଏହି କ୍ରମରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଗା ସାହି , ଆସ୍କା ରୋଡ , ଉତ୍ତରାମୁଖୀ , ରେଡକ୍ରସ ଅଞ୍ଚଳ ,ବୈକୁଣ୍ଠ ନଗର ,ଗୁଡ଼ସ ସେଡ ରୋଡ ,ଖୋଡାସିଙ୍ଗି, ଆମ୍ବପୁଆ ଠାରେ ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଥିବା ଉପସ୍ଥିତ ବିଭାଗୀୟ ଅଧିକାରୀ ସମୂହ ସୂଚନା ଦେଇଥିଲେ l ଏହା ସହିତ କାର୍ଡଧାରୀଙ୍କ ସୁବିଧା ଓ ଅସୁବିଧା ପାଇଁ ଗ୍ରାହକ ସେବା ନମ୍ବର ୧୪୫୫୫ ରହିଥିବା ସଚେତନା କରିଥିଲେ ।ବ୍ରହ୍ମପୁର ମହାନଗର ନିଗମର ବିଭାଗୀୟ ଅଧିକାରୀ ଲମ୍ବଦର ଦିଗାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *