
ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଡିହପଢାଳର ସମାଜସେବୀ କୁଲୁ ଭୁୟାଁ ଙ୍କ ମହାନତା।ଭଞ୍ଜନଗର ରୁ ଗାଲେରୀ ଯିବା ସମୟରେ ଢୋଲପିଟା ନିକଟରେ ରାସ୍ତାରେ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଜ ଗାଡିରେ ମେଡିକାଲ ଆଣିଲେ କୁଲୁ। ପ୍ରାଥମିକ ଚିକିତ୍ସା ପରେ ଆହାତ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ମଙ୍ଗଳବାର ମଧ୍ୟାହ୍ନ ସମୟରେ କୋୖଣସି ଏକ କାମରେ ନିଜ କାର ଯୋଗେ ଗାଲେରୀ ଅଭିମୁଖେ ଆସୁଥିଲେ କୁଲୁ। ଏହି ସମୟରେ ଢ଼ୋଲପିଟା ନିକଟ ରାସ୍ତା ଉପରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ଥ ହୋଇ ଜଣେ ଯୁବକଙ୍କ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିଥିଲେ କୁଲୁ। ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ତତକ୍ଷଣାତ କୁଲୁ ଓ ତାଙ୍କ ଗାଡି ଚାଳକ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗାଲେରୀ ଡାକ୍ତରଖାନାକୁ ଆଣିଥିଲେ। କୁଲୁ ନିଜେ ମେଡିକାଲରେ ଉପସ୍ଥିତ ରହି ଯୁବକଙ୍କ ଚିକିତ୍ସାରେ ସହାୟତା କରିଥିଲେ । ପଚରାଉଚରା ସମୟରେ ଆହତ ଯୁବକ ଜଣଙ୍କ ତାରସିଂ ଥାନା ଅଧିନ ପଶାକେନ୍ଦୁ ଗ୍ରାମର ସିଦ୍ଧାର୍ଥ ମଳିକ ବୋଲି ଜଣାପଡିଛି। କୁଲୁଙ୍କ ଏଭଳି ମହନୀୟ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଭୁରି ଭୂରି ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।