କୋଇଡା ଅପରେସନ ସିନ୍ଦୁର ର ସଫଳତା କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା

କୋଇଡା (ସମ୍ବିତ ଜେନା,ଓଡ଼ିଶା ଟୁଡେ ): ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ କୋଇଡା ବସ ଷ୍ଟାଣ୍ଡ ରୁ ବାହାରି କୋଇଡା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋଭାଯାତ୍ରା ରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ପୂର୍ଣ୍ଣିମା କେର୍କେଟା, ଜିଲ୍ଲା କୋଷାଧକ୍ଷ ଚେତନ ଦୀପ୍ତ ନାୟକ,ପୂର୍ବତନ ଜିଲ୍ଲା ସଭାପତି ମନୋଜ ପ୍ରଧାନ, କୋଇଡା ମଣ୍ଡଳ ସଭାପତି ରାମ ଚନ୍ଦ୍ର ପଲେଇ, ପୂର୍ବତନ ମଣ୍ଡଳ ସଭାପତି ମେଲେରି ବାରିକ ଓ଼ କୋଇଡା ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତା ସାମିଲ ହୋଇ ଶୋଭାଯାତ୍ରାର ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରା ଦେଶର ସୀମାନ୍ତ ରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭରତୀୟ ସେନା ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ ବୋଲି ଜିଲ୍ଲା କୋଷାଧକ୍ଷ ଚେତନ ଦୀପ୍ତ ନାୟକ ମତ ପ୍ରକାଶ କରଛନ୍ତି। ଦେଶଭକ୍ତି ର ଭାବନା ରେ ଉଦବୁଦ୍ଧ ହୋଇ ପ୍ରତ୍ୟେକ ଜନ ସାଧାରଣ ଙ୍କୁ ଏଥିରେ ଭାଗ ନେବାପାଇଁ ସେ ଉତ୍ସାହିତ କରିଥିଲେ।ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ କୋଇଡା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ,ପୋଲିସ ବାହିନୀ, ମିଶନ ଶକ୍ତି ମହିଳା,ଅଙ୍ଗନୱାଡି କର୍ମୀ,ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଓ଼ ଜନସାଧାରଣ ସାମିଲ ହୋଇ କୋଇଡା ସହର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *