ଭଞ୍ଜନଗର: ଗ୍ରାମ ବିକାଶ ପକ୍ଷରୁ ହିତାଧିକାରୀ ସଭା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗ୍ରାମ ବିକାଶ,ଏଫସିଏଫ ଇଣ୍ଡିଆ,ସି-ଜିଇଏମ୍ ଏବଂ ଜିଭିସିଡିଏଫ୍ ସହ ସହଭାଗୀତାରେ ଗ୍ରାମିଣ ଅଞ୍ଚଳର ସମୁଦାୟ ମାନଙ୍କୁ ସଶକ୍ତ କରିବା,ବ୍ୟକ୍ତିଗତ ଏବଂ ସାମୁଦାୟିକ ଭୂମିକୁ ସମୃଦ୍ଧ କରିବା ପାଇଁ ସ୍ଥାନୀୟ ଷ୍ଟେକହୋଲ୍ଡର ମାନଙ୍କୁ ନେଇ ଗୁରୁବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ବିକାଶ ଘୁମୁସର ଜିଲ୍ଲା ପରିଚାଳକ ଦେବାଶିଷ ହୋତାଙ୍କ ଅଧ୍ୟକ୍ଷତା ରେ ଗାୟାଗଣ୍ଡା ଗ୍ରାମ ବିକାଶ ବିଦ୍ୟାବିହାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ବିଶେଷକରି ଜଳବାୟୁ ପରିବର୍ତ୍ତନ ନେଇ ଲୋକ ଙ୍କୁ ସଚେତନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଳପାଣି ଶତପଥି ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଦ୍ବାରା ମାନବ ସମାଜ ର ହେଉଥିବା ଅପକାରିତା ବାବଦରେ ବକ୍ତବ୍ୟ ରଖିବା ସହ ପରିବେଶ ସନ୍ତୁଳନ,ମୃତିକା କ୍ଷୟ,ବନିକରଣ,ବାୟୁ ପ୍ରଦୁଷଣ ଭଳି ବିଭିନ୍ନ ପରିବେଶ ସୁରକ୍ଷା ବାବଦରେ ଉପସ୍ଥିତ ଲୋକ ଙ୍କୁ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଜଗନ୍ନାଥପ୍ରସାଦ ସରପଞ୍ଚ ରଶ୍ମୀତା କୁମାରୀ ସେଠି,କ୍ଷେତମୁଣ୍ଡାଳି ସରପଞ୍ଚ ସବିତା ପ୍ରଧାନ,ତାରସିଂ ପଞ୍ଚାୟତ ନାୟବ ସରପଞ୍ଚ ନାରାୟଣ ପ୍ରଧାନ,ଜଗନ୍ନାଥପ୍ରସାଦ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ସେଠୀ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦର୍ଶ ମନ୍ତ୍ରୀ,ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ବାବଦରେ ବକ୍ତବ୍ୟ ରଖିଥିଲେ।ଗ୍ରାମ ବିକାଶ କାର୍ବନ କ୍ରେଡିଟ୍ ପ୍ରକଲ୍ପର କନିଷ୍ଠ ପରିଚାଳକ ମୁସ୍କାନ ଅଗ୍ରଓ୍ବାଲ ସଭା ସଂଯୋଜନା କରିବା ସହ ବିଭିନ୍ନ ପ୍ରକଲ୍ପ ବାବଦରେ କହିଥିଲେ।ବର୍ତମାନ ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ମାନବ ସମାଜ ର ହେଉଥିବା କ୍ଷତି ସହ ଏହାର ନିରାକରଣ ବାବଦରେ କହିଥିଲେ।ଏହା ସହ ମାନବ ସମାଜ ପ୍ରତି ଅଙ୍ଗାରକାମ୍ଲର କୁପ୍ରଭାବ ଓ ଗଛର ଉପସ୍ଥିତି ବାବଦରେ ଜନସାଧାରଣ ଙ୍କୁ ସଚେତନ କରିବା ସହ ବ୍ୟାପକ ବନିକରଣ ର ସଫଳତା ବାବଦରେ କହିଥିଲେ। କାର୍ଯ୍ୟକ୍ରମ କୁ ଗ୍ରାମ ବିକାଶ କର୍ମୀ ଗୌରୀ ଶଙ୍କର ନାୟକ,ତ୍ରିନାଥ ପ୍ରଧାନ, ଅରୁଣ କୁମାର ନାୟକ,ଧରମିତ୍ରା ନାୟକ,ହେରମେନ୍ କେରକେଟାଙ୍କ ସମେତ ଗ୍ରାମ ବିକାଶ କର୍ମୀ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *