ଭଞ୍ଜନଗର : ନୂତନ ଅଗ୍ନିଶମ ଅଧିକାରୀ ଙ୍କ ଯୋଗଦାନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ଭଞ୍ଜନଗର ଅଗ୍ନିଶମ ବିଭାଗ ରେ ଦୀର୍ଘଦିନ ହେଲା ଅଗ୍ନିଶମ ଅଧିକାରୀ ଙ୍କ ପଦବୀ ଖାଲି ପଡ଼ିଥିଲା। କେନ୍ଦ୍ରାଧିକାରୀ ସମୀର ବିଶ୍ୱାଳ ବାଲେଶ୍ୱର କୁ ପଦୋନ୍ନୋତି ପାଇ ଯିବା ପାରେ ମୁଖ୍ୟ ଅଗ୍ନି୍ଯୋଧା ରମେଶ ଚନ୍ଦ୍ର ନାୟକ ଦାୟିତ୍ୱ ତୁଲାଇଥିଲେ। ବର୍ତମାନ ନୂତନ ଭାବେ ଅତିରିକ୍ତ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଭାବେ ଯୋଗଦେଇଛନ୍ତି ଚକ୍ରଧର କହଁର। ସୂଚନା ପ୍ରକାରେ ଶ୍ରୀ କହଁର ପୂର୍ବରୁ ସାରଙ୍ଗଡ଼ ଅଗ୍ନିଶମ କେନ୍ଦ୍ର ରେ ବରିଷ୍ଠ ଅଗ୍ନିଯୋଧା ଭାବେ କାର୍ଯ୍ୟ କରୁଥିଲେ। ବର୍ତମାନ ସେ ଭଞ୍ଜନଗର କୁ ପଦୋନ୍ନତି ପାଇ ଅତିରିକ୍ତ କେନ୍ଦ୍ରାଧିକାରୀ ଭାବେ ଯୋଗଦେଇଛନ୍ତି। କେନ୍ଦ୍ର ର ସମସ୍ତ ଅଗ୍ନି୍ଯୋଧା ଏବଂ ଅନ୍ୟ ମାନେ ନୂତନ କେନ୍ଦ୍ରାଧିକାରୀ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି। ଭଞ୍ଜନଗର ଅଞ୍ଚଳ ଅଗ୍ନିଶମ କେନ୍ଦ୍ର ର ଅଞ୍ଚଳ ବହୁତ ବଡ ତେଣୁ ମକଡ଼୍ରିଲ ମାଧ୍ୟମ ରେ ଜନ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *