ଜଗନ୍ନାଥ ପ୍ରସାଦ: ବ୍ରୋଞ୍ଚ ପଦକ ପାଇଲେ ରୁଦ୍ର ପ୍ରସାଦ ଷଡ଼ଙ୍ଗୀ ; ପରିବାରରେ ଖୁସିର ଲହରୀ

ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଡାମନ ଆଣ୍ଡ ଡ଼ିଉ ଠାରେ ଖେଳୋ ଇଣ୍ଡିଆ ବିଚ ଗେଇମ୍ସ ଦ୍ୱାରା ଆୟୋଜିତ ପେନଚାକ ସିଲାଟ କ୍ରୀଡା ପତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କଲେ ଗଞ୍ଜାମ ଛାତ୍ର l ସେ ହେଉଛନ୍ତିଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତର ମଙ୍ଗରାଜପୁର ଶାସନ ଗ୍ରାମର ରୁଦ୍ର ପ୍ରତାପ ଷଡ଼ଙ୍ଗୀ l ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ମାଆ ଯlଜ୍ଞ୍ୟଶେନି ଷଡ଼ଙ୍ଗୀଙ୍କ ସୁପୁତ୍ର ରୁଦ୍ର ଜାତୀୟ ସ୍ତରରେ ପେନଚାକ ସିଲାଟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ହତେଇଛନ୍ତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଏ ନେଇ ରୁଦ୍ର ନିଜ ଗ୍ରାମ କାଦୁଆ ମଙ୍ଗରାଜପୁର ଶାସନ ଗ୍ରାମରେ ପହଂଚିବା ପରେ ତାଙ୍କୁ ପରିବାର ଗ୍ରାମବାସୀଙ୍କ ତରଫରୁ ଫୁଲତୋଟା ଓ ଉପଢୌକଣ ଦେଇ ଘର ଆଗରେ ବନ୍ଦାପନା କରି ପାଛୋଟି ନିଆଯାଇଥିଲା l ସେ ବ୍ରହ୍ମପୁର ସ୍ଥିତ ଏକ୍ସ-ଜେନ ଭିଜୁଆଲ ଆର୍ଟ କଲେରେ ଅଧୟନ ବେଳେ ସମୟ ବାହାର କରି ପେନଚାକ ସିଲାଟ ଆସୋସିଏସନ ଅଫ ଗଞ୍ଜାମ କ୍ରୀଡା ଏକାଡେମୀରେ ଅଭ୍ୟାସ କରୁଥିଲେ l ବ୍ରୋଞ୍ଚ ପଦକ ପାଇ ଓଡିଶା ଫେରିଲା ପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ବ୍ରହ୍ମପୁର ରେଳ ଷ୍ଟେସନରୁ କୋଚ ଶ୍ରୀଧର ସାହୁଙ୍କ ସମେତ ଅନ୍ୟାନ୍ୟ ସାଙ୍ଗସାଥି ଶୁଭେଚ୍ଛା ଜଣାଇବା ସହ ପାଛୋଟି ନେଇଥିଲେ l ପ୍ରଥମତଃ ଖେଳ ଆରମ୍ଭରୁ ମହାରାଷ୍ଟ୍ର ଓ ଗଞ୍ଜାମ ରୁଦ୍ର ସହିତ ପ୍ରତିଦ୍ବନ୍ଦୀତା ହୋଇଥିଲା l କିନ୍ତୁ ଡାହାଣ ହାତରେ ଆଘାତ ଲାଗିବା ପରେ ତୃତୀୟ ସ୍ଥlନ ପାଇ କାଂସ୍ୟ ପଦକ ପାଇଛନ୍ତି l ଆଶା ରଖିଥିଲେ ସ୍ବର୍ଣ୍ଣ ପଦକ ହାସଲ ପାଇଁ l ଆଗାମୀ ଦିନରେ ସ୍ୱର୍ଣ୍ଣ ପଦକ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି l ଏହି ପ୍ରତିଯୋଗିତାରେ ସର୍ବମୋଟ ୧୯ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ l ଗଞ୍ଜାମରୁ ରୁଦ୍ର ପ୍ରତାପ ବ୍ରୋଞ୍ଚ ପଦକ ହାସଲ କରିଥିଲେ l ଏ ନେଇ ରୁଦ୍ର ପ୍ରଥମେ ବଡବାପା ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବଡ଼ମାଆ ବିଜୟଲଷ୍ମୀ ଷଡ଼ଙ୍ଗୀଙ୍କୁ ଶ୍ରେୟ ଦେଇଥିବା ବେଳେ ବାପା ପ୍ରଦୀପ କୁମାର ଷଡ଼ଙ୍ଗୀ ମାଆ ଯlଜ୍ଞ୍ୟଶେନି ଷଡ଼ଙ୍ଗୀ, ପିଉସା ଦୁର୍ଗାକାନ୍ତ ଶତପଥୀ, ସୁଧାରାଣୀ ଷଡ଼ଙ୍ଗୀ, ଏପ୍ସିତା ଷଡ଼ଙ୍ଗୀ, ସୂର୍ଯ୍ୟ ପ୍ରତାପ ଷଡ଼ଙ୍ଗୀ, ତପସ୍ୱିନୀ, ଇସିତା, ଗୁଡ଼ୁ, ଜିଡୁ, ଶ୍ରଦ୍ଧା, ଶୁଭମ, ଆତ୍ମୀୟ ପରିଜନ, ବନ୍ଧୁ ବାନ୍ଧବ ରୁଦ୍ରଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ଏ ନେଇ ଆଜି କାଦୁଆ ହାଟପଦା ସ୍ଥିତ ଦୁର୍ଗା ମାଧବ ବଣିକ ସଙ୍ଘ ପକ୍ଷରୁ ବଣିକ ସଙ୍ଘ ସଭାପତି, ସମ୍ପାଦକ, କମିଟି ମେମ୍ବର ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କ ଉପସ୍ଥିତରେ ରୁଦ୍ରଙ୍କୁ ପୁଷ୍ପଗୁଛ ଓ ଉପଢୌକଣ ଦେଇ ସମ୍ମାନିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *