
ବ୍ରହ୍ମପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ମହିଳା ଥାନା ଏ ଏସ୍ ଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତିର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ।
ଏ ଏସ୍ ଆଇ ବବିତା ସୁନାକୁ ନିଜ ହେପାଜତକୁ ନେଇଛନ୍ତି ଭିଜିଲାନ୍ସ ବିଭାଗ। ସେଠାରେ ରଖି ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।