ବେଲଗୁଣ୍ଠା: ବାଣତୁମ୍ବ ଠାକୁରାଣୀ ମନ୍ଦିର ନିକଟରେ ବାଇକ ଦୁର୍ଘଟଣା ; ଦୁଇ ଗୁରୁତର ଆହତ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବାଣତୁମ୍ଭ ଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ,ଗୁରୁବାର ଦିନ ରାତି ପ୍ରାୟ ସାଢ଼େ ୮ଟା ବେଳେ ସ୍ଥାନୀୟ ଖଦାଳ ସାହିରେ ରହୁଥିବା ଆଶ୍ରମ କରଡ଼ାବାଡ଼ି ନିକଟ ଷୋଡ଼କ ଗ୍ରାମର ବିଜୁ ନାଇକ (୨୧) ଓ ତାଙ୍କ ଗ୍ରାମର ଅନ୍ୟ ଜଣେ ସାଙ୍ଗ କୁନା ନାଇକ (୧୮) କୌଣସି ଏକ କାମରେ ଭଞ୍ଜନଗର ଯାଇ କାମ ସାରି ଭଞ୍ଜନଗରରୁ ବେଲଗୁଣ୍ଠା ଅଭିମୁଖେ ଏକ ଟି୨୦ ପଲସର ବାଇକ ଯୋଗେ ଫେରୁଥିବା ବେଳେ ବାଣତୁମ୍ବ ଠାକୁରାଣୀ ମନ୍ଦିର ନିକଟରେ ବାଇକ ଉପରୁ ଭାରସାମ୍ୟ ହରାଇଥିଲେ ଫଳରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ସହ ବାଇକର ଧକ୍କା ହୋଇଥିଲା ଓ ଏଥିରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିରହିଥିବା ବେଳେ ସ୍ଥାନୀୟ ଲୋକେ ସ୍ଥାନୀୟ ତନରଡ଼ା ଦମକଳ ବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ କର୍ମଚାରୀ ମାନେ ଦୁଇ ଆହତଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।  ବିଜୁ ନାଇକ ଗୁରୁତର ଆହତ ହୋଇଥିବା ସୂଚନା ରହିଥିବା ବେଳେ କୁନା ନାଇକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଉଭୟ ଆହତ ଯୁବକ ଦ୍ବୟ ଘରକୁ ଫେରିଥିବା ବେଳେ କୌଣସି ପୋଲିସ କେଶ ହୋଇଥିବା ଖବର ହସ୍ତଗତ ହୋଇ ନାହିଁ । ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଅନେକ ଦୁର୍ଘଟଣା ହେଉଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ପୋଲିସ ଓ ଅନ୍ୟ ସ୍ୱେଚ୍ଛା ସେବୀ ସଂଗଠନ ତରଫରୁ ସଚେତନତାର ଆଵଶ୍ୟକତା ରହିଛି ବୋଲି ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *