
ଭଦ୍ରକ (ଜଗନ୍ନାଥ ବେହେରା,ଭଦ୍ରକ ଜିଲ୍ଲା ଧାମନଗର ପ୍ରତିନିଧି ଓଡ଼ିଶା ଟୁଡେ): ଗୋ ମାଫିଆଙ୍କ ଆକ୍ରମଣରେ ମୃତ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ କଷଟି ଗ୍ରାମର ସନ୍ତୋଷ ପରିଡ଼ାଙ୍କ ମୃତଦେହ ଗୁରୁବାର ଭଦ୍ରକରେ ପହଞ୍ଚିଥିଲା । ମୃତଦେହ ପହଞ୍ଚିବା ପରେ ତାଙ୍କ ପରିବାର ସଦସ୍ୟ ଓ ଭଭ୍ୟକ୍ତ ଜନତା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖ୍ ରାଜପଥ ଅବରୋଧ କରିଥିଲେ। ରାଜପଥରେ ୫ ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ଭିଡ଼ ଯୋଗୁ ରାଜପଥର ଦୁଇ ପାର୍ଶ୍ଵ ସହ ଲୋକାଲ୍ ସର୍ଭିସ ରୋଡ୍ କାମ ହୋଇଯାଇଥିଲା। ବିକ୍ଷୋଭକାରୀ ମୃତକଙ୍କୁ ନ୍ୟାୟ ଦିଅ, ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଗୋ ଚାଲାଣ ବନ୍ଦ କରିବାକୁ ଦାବି କରିଥିଲେ । ଏସ୍ପି ମନୋଜ ରାଉତଙ୍କ ନିବେଦନ ସତ୍ତ୍ୱେ ଆନ୍ଦୋଳନ ହଟିନଥୁଲା । ମୃତ ସନ୍ତୋଷଙ୍କ ଆକ୍ରମଣରେ ସମ୍ପୃକ୍ତ ଥିବା ୨୦୦ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭକାରୀ ଅଟଳ ରହିଥିଲେ । ପ୍ରଥମେ ପୁଲିସ ପ୍ରଶାସନ ଓ ପରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ପୂର୍ବଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ ରାସ୍ତାରୋକ ସ୍ଥଳକୁ ଯାଇଥିଲେ। ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦାବିରେ ଅଟଳ ରହିଥିଲେ। ଲିଖିତ ଆକାରରେ ପ୍ରତିଶ୍ରୁତି ଦାବି କରିଥିଲେ ଯାହାକୁ ନେଇ ପ୍ରଶାସନ ଅକଳରେ ପଡ଼ିଥିଲା।୫୦ ଲକ୍ଷ ଅନୁକମ୍ପା ରାଶି ନେଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରିପାରି ନଥିଲା। ମୃତକଙ୍କ ପରିବାରର ଦୁଇଜଣ ପ୍ରତିନିଧିଙ୍କ ସମେତ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କୁ ନେଇ ଆଲୋଚନା ହୋଇଥିଲା। ତେବେ ଲିଖତ ପ୍ରତିଶ୍ରୁତି ଦେବାକୁ ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଶେଷରେ ଲିଙ୍ଖ ପ୍ରତିଶ୍ରୁତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିଆଯିବାକୁ ନିଷ୍ପଭି ହେବାରୁ ବିକ୍ଷୋଭକାରୀ ସେଠାରୁ ଉଠିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଆଲୋଚନା ଜାରି ରହିଛି। ଏପଟେ ଏସ୍ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଦ୍ବାରା ମୃତଦେହକୁ ତିହିଡ଼ି ଥାନା କଷଟି ଅଞ୍ଚଳକୁ ନିଆଯାଇଛି। କଷଟିରେ ଶେଷକୃତ୍ୟ ସମ୍ପନ୍ନ ହେବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି। ୨୭ ପ୍ଲାଟୁନ ଫୋର୍ସ ଭଦ୍ରକ, ତିହିଡ଼ି ଓ ଧାମନଗରରେ ମୁତୟନ ହୋଇଛନ୍ତି ।
ଡିଆଇଜି, ଏସ୍ପି, ଏଡିଜିଙ୍କ ନେତୃତ୍ୱରେ ଜିଲ୍ଲାରେ ଆଇନଶୃଙ୍ଖଳା କଡ଼ାକଡ଼ି କରାଯାଇଛି। ସହରର ଅଧିକାଂଶ ଦୋକାନ ବନ୍ଦ ରହିଛି। ଇଣ୍ଟରନେଟ୍ ସେବା ଗୁରୁବାର ସକାଳ ୫ରୁ ଭଦ୍ରଜ, ଭଦ୍ରକ ପୌରପାଳିକା, ଧାମନଗର ଏନ୍ଏସି, ବ୍ଳକ ଓ ତିହିଡ଼ି ବ୍ଳକ ଅଞ୍ଚଳରେ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି।ସୂଚନାଯୋଗ୍ୟଯେ, ଗତ ୩୦ ତାରିଖରେ ତିହିଡ଼ି ବ୍ଳକରୁ କିଛି ଗୋରୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର କିଛି ଲୋକ ଗୁଜିଦରଡା ଆଡ଼କୁ ଯାଉଥିଲେ । ଏମାନଙ୍କୁ କଷଟିଠାରେ ଅଟକାଇଲେ କିଛି ଯୁବକ। ଏହି ଖବର ଗୁଜିଦରଡ଼ା ବସ୍ତିରେ ପହଞ୍ଚି ଯିବାରୁ ଶତାଧକ ସଂଖ୍ୟାଲଘୁ ଲୋକେ ମାରଣାସ୍ତ୍ର ଧରି କଷଟି ଆଡ଼କୁ ମୁହାଁଇଥିଲେ । ଖବର ପାଇ କଷଟି ଗ୍ରାମର ସନ୍ତୋଷ ପରିଡ଼ା ଏବଂ ଅନ୍ୟ ଜଣେ ଯୁବକ ସେମାନଙ୍କୁ ଅଟକାଇ ବୁଝାସୁଝା କରିବାକୁ ଯାଇଥିଲେ। ମଧ୍ଯସ୍ଥି କରିବାକୁ ଯାଇଥିବା ସନ୍ତୋଷଙ୍କୁ କିଛି ନ ବୁଝି ସଂଖ୍ୟାଲଘୁ ମାନେ ନିର୍ଘାତ ପିଟିଥିଲେ ଯେଉଁଥିରେ ସେ ଗୁରୁତର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା ।