କଳାହାଣ୍ଡି : ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

କଳାହାଣ୍ଡି:(ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ): ଭବାନୀପାଟଣା: ତା 19.6.2025 ଶିଶୁ ଶ୍ରମିକ ନିରାକରଣ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, କଳାହାଣ୍ଡି ତରଫରୁ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ପଦଯାତ୍ରା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି, ତନ୍ମୟ କୁମାର ଦରୱାନଙ୍କ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇ ଭବାନୀପାଟଣା ସହର ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲ। । ଶିଶୁ ଶ୍ରମିକ ଆଇନ ସମ୍ବନ୍ଧୀୟ ପୋଷ୍ଟର ,ବେନର, ପ୍ଲାକାର୍ଡ, ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ଦ୍ବାରା ସହରରେ ସଚେତନ କରାଯାଇଅଛି । ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମୁଜୀବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଜିତେନ ରାମ ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ,ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ଙ୍କ ସମେତ କଳାହାଣ୍ଡି ଶିଶୁ ମଙ୍ଗଳ କମିଟି ର କର୍ମକର୍ତ୍ତା,ବିଭିନ୍ନ ବିଭାଗୀୟ ଅଧିକାରୀ, ସେଚ୍ଛାସେବୀ ଅନୁଷ୍ଠାନ, NGO ର କର୍ମକର୍ତ୍ତା ପ୍ରମୂଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *