
ବେଗୁନିଆପଡା, ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ଓ ବେଗୁନିଆପଡା ରାସ୍ତାରୁ ୯୪ ବୋତଲ ହୋମିଓ ମେଡିସିନ ସ୍ପିରିଟ ଜବତ କଲା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ । ବ୍ରହ୍ମପୁରରୁ ଏକ କାର ଯୋଗେ ବେଗୁନିଆପଡ଼ା ଅଞ୍ଚଳକୁ ଏହି ସ୍ପିରିଟ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ର ରୁ ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ପୋଲିସ ଟିମ୍ ସହ ବେଗୁନିଆପଡ଼ା ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି କାର ସହ ୯୪ ବୋତଲ ହୋମିଓ ସ୍ପିରିଟ ଜବତ କରିଥିଲେ । ଏହା ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେପଟେ ଏହି ସ୍ପିରିଟ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଏହା ନିଶା ଭାବେ ବ୍ୟବସାୟ ପାଇଁ ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।