
ଛତ୍ରପୁର :୨୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ସାମ୍ନା ରେ ପଛକୁ ପଛ ଧକ୍କା ଦେଇ ୩ କାର ଦୁର୍ଘଟଣା ହୋଇଥିଲା ପରେ ୨ ଟି କାର ହୁତୁ ହୁତୁ ହୋଇ ଜଳିଗଲା କାର । ପ୍ରଥମ କାର ଟି ବାଲୁଗାଁ ରୁ ଗୋପାଳପୁର ଅଭିମୁଖେ ଯାଉଥିବା ବେଳେ କାର ଆଗକୁ ଗାଈ ଆସିଥିବାରୁ କାର ଟିକୁ ଡ୍ରାଇଭର ସ୍ଲୋ କରିଥିଲେ ହେଲେ ଦିତୀୟ କାର ଟି ଆସି ପଛପଟୁ କାର କୁ ଧକ୍କା ଦେଇଥିଲା । ଯାହା ଫଳରେ ଟାଙ୍କି ଟି ଫାଟି ଯାଇ ନିଆଁ ଲାଗି ହୁତୁ ହୂତୁ ହୋଇ ଜଳୁଥିଲା ବେଳେ ପୁଣି ଭୁବନେଶ୍ୱର ରୁ ବ୍ରହ୍ମପୁର ଆସୁଥିବା ଆଉ ଏକ କାର ଟି ସେହି ନିଆଁ ଲାଗିଥିବା କାର ଟିକୁ ଧକ୍କା ଦେଇଥିଲା ଯାହା ଫଳରେ ଦୁଇଟି କାର ହୁତୁ ହୁତୁ ହୋଇ ଜଳିଲା । ଏହି ତିନୋଟି କାର ଦୁର୍ଘଟଣା ହେବା ପରେ କାରରେ ବସିଥିବା ଲୋକେ ବାହାରକୁ ବାହାରି ଯାଇଥିଲା । ଏହି କାର ଦୁର୍ଘଟଣା ଓ ନିଆଁ ଲାଗିବା ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଥାନାରୁ ସଙ୍ଗେ ସଙ୍ଗେ ବାହାରି ଥାନାର ସମସ୍ତ କର୍ମଚାରୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଏବଂ ଛତ୍ରପୁର ଅଗ୍ନିଶମ ବିଭାଗ କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଦୁଇଟି ଗାଡ଼ି ସହ ୧୦ ରୁ ଅଧିକ କର୍ମଚାରୀ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା । ପ୍ରଥମ କାର ଟିକୁ ଥାନା କୁ ଅଣା ଯାଇଥିଲା ଏବଂ ଆଉ ଦୁଇଟି କାର ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ବର୍ତମାନ ସୁଦ୍ଧା କାହାର କିଛି କ୍ଷତି ହୋଇନଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।