
କୋଇଡା(ସମ୍ବିତ ଜେନା, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ପ୍ରତିନିଧି ଓଡ଼ିଶା ଟୁଡେ): ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ତଥା ସୁନ୍ଦରଗଡ଼ ଜିଲ୍ଲା ଜଜ ଶିଖା ରାଣୀ ରଥ ଙ୍କ ଉପସ୍ଥିତି ରେ ଆଭାସୀ ମାଧ୍ୟମରେ ଆଜି ବଣାଇ ଜୁଡ଼ିସିଆଲ କୋର୍ଟ ପରିସରରେ ସିଭିଲ ଜଜ ଜୁନିଅର ଡିଭିଜନ କୋର୍ଟ ଉଦଘାଟିତ ହୋଇଯାଇଛି I ଏହି ନୂତନ କୋର୍ଟ କେବଳ କୋଇଡା ବ୍ଲକ ଅନ୍ତର୍ଗତ ଅଧିବାସୀ ଙ୍କ ନିମନ୍ତେ ଉଦ୍ଧିଷ୍ଟ I ଏହାକୁ ଜେଏମଏଫସି କୋଇଡା ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ପରିଚାଳନା କରିବେ I ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବଣାଇ ଅତିରିକ୍ତ ଜିଲ୍ଲା ଜଜ ଆଶୁତୋଷ ଦାସ ସିଭିଲ ଜଜ ସିନିୟର ଡିଭିଜନ ବଣାଇ ର ବିଚାରପତି ରଞ୍ଜନ କୁମାର ପ୍ରଧାନ ଏସଡିଜେଏମ ପ୍ରିତିଶ ମିଶ୍ର ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ରେଜିଷ୍ଟର ସୌଭାଗ୍ୟ ରଞ୍ଜନ ସ୍ୱାଇଁ ଓକିଲ ସଙ୍ଘ ବଣାଇ ସଭାପତି ଲିଙ୍ଗରାଜ ମିଶ୍ର ସମ୍ପାଦକ ହିମାଂଶୁ ବିଶ୍ୱାଳ ସରକାରୀ ଓକିଲ ବିଶ୍ୱମ୍ବର ପ୍ରଧାନ ବଣାଇ ବିଡ଼ିଓ ଦିବ୍ୟ ଶଙ୍କର ଜୟପୁରିଆ ତହସିଲଦାର ସମ୍ବିତ ଦାସ ବଣାଇ ପୂର୍ତ୍ତ ଓ ଗୃହ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତୀକ ପ୍ରିୟଦର୍ଶୀ ଦାସ ଆଇନଜୀବି ବିଶ୍ୱଜିତ ନନ୍ଦ ବିନୟ ଦାସ ବିଜନ ସେନ ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ର ଅଧିକାରୀ କର୍ମଚାରୀ ଆଇନଜୀବି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ I ନାଜିର ନିକୁଞ୍ଜ କୁମାର ବେହେରା କାର୍ଯ୍ୟକ୍ରମ ର ସମସ୍ତ ପ୍ରକାର ଆୟୋଜନ ରେ ସହଯୋଗ କରିଥିଲେ I ଏଠାରେ ସୂଚନା ଯୋଗ୍ୟ ଯେ କୋଇଡା ଠାରେ ନୂତନ କୋର୍ଟ ନିର୍ମାଣ ନିମନ୍ତେ ୩ଏକର ୫୦ଡିସମିଲ ଜାଗା ସରକାର ଙ୍କ ତରଫରୁ ଯୋଗେଇ ଦିଆଯାଇଛି I କିନ୍ତୁ ଅଦ୍ୟାବଧି କେବଳ ପାଚେରୀ କାର୍ଯ୍ୟ ସରିଥିବା ବେଳେ ଯଥାଶୀଘ୍ର କୋର୍ଟ ଗୃହ ନିର୍ମାଣ କରି କୋଇଡା ରେ ନୂତନ କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀ ଓ ଅଂଚଳ ବାସୀ ଦାବୀ କରିଛନ୍ତି ।