ଫେରାର ୨ ଅଭିଯୁକ୍ତଙ୍କ ଘରେ ପୋଲିସ ଲଟକା ଲଗାଇଲା

ବେଗୁନିଆପଡା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବେଗୁନିଆପଡା ଥାନା ଅନ୍ତର୍ଗତ ବେଗୁନିଆପଡାର ୨ ଅଭିଯୁକ୍ତ ଚରଣ ମାଝୀ ଓ ପୂର୍ଣ୍ଣବାସୀ ମାଝୀଙ୍କ ସମ୍ପତ୍ତି ବ୍ୟଜପ୍ତ ପାଇଁ ବେଗୁନିଆପଡା ପୋଲିସ ସେହି ୨ ଜଣଙ୍କ ଘର ଆଗରେ ନୋଟିସ ଲଟକା ଲଗାଇଛି। ୧୯୯୯ ମସିହାରେ ଖଲ୍ଲିକୋଟ ସ୍ଥିତ ମାନ୍ୟବର ଜେ ଏମ ଏଫ ସିରେ ଚାଲିଥିବା ଏକ ମାମଲାରେ ଉପସ୍ଥିତ ହେଉନଥିବା ସହ ଉଭୟେ ଫେରାର ଥିଲେ। ଉଭୟ ଫେରାର ଅଭିଯୁକ୍ତ ଯଦି ୧ ମାସ ମଧ୍ୟରେ ପୋଲିସ ପାଖରେ ହାଜର ନହୁଅନ୍ତି ତେବେ ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତ ପାଇଁ ପୋଲିସ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *