
ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଜଣେ ଯବାନ ଅଶୋକ କୁମାର ଦଣ୍ଡସେନା ବିଶ୍ଵ ପୋଲିସକ୍ରୀଡା ଦୌଡ଼ କୁଦ ପ୍ରତିଯୋଗିତାରେ ଭାରତ ତରଫରୁ ଭାଗ ନେଇ ଆମେରିକା ବର୍ମିହାମ୍ ରେ ଲଗାତାର ୪ ଟି ସ୍ଵର୍ଣପଦକ ହାସଲ କରିଛନ୍ତି। ୮୦୦ ମିଟର, ୧୫୦୦ ମିଟର, ୫ ହଜାର ମିଟର, ୧୦ହଜାର ମିଟର ଦୌଡ଼କୁଦ ପ୍ରତିଯୋଗିତା ଭାରତ ପାଇଁ ସ୍ଵର୍ଣପଦକ ଆଣି ଗୌରବ ଅର୍ଜନ ଆଣିଛନ୍ତି।ଶ୍ରୀ ଦଣ୍ଡସେନା ଆଗକୁ ଏସିଆ ଗେମ ଖେଳିବେ ତା ପରେ ଅଲମ୍ପିକ ରେ ଖେଳିବେ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ ପାଇଁ ୪ ଟା ସ୍ଵର୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ତନରଡ଼ା ଅଷ୍ଟମ ବାଟାଲିୟନର ଦୁର୍ଗପତି ସୁଧାକର ମିଶ୍ର ଶ୍ରୀ ଦଣ୍ଡସେନା ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଓ କହିଛନ୍ତି ଆମ ବାଟାଲିୟନ ପାଇଁ ଏଇଟା ଗୋଟେ ଗର୍ବର କଥା ।