ଭଞ୍ଜନଗର : ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭଞ୍ଜନଗର ୦୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଜି ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଅଧ୍ୟାପିକା ଡ ମଞ୍ଜୁ ଦାସଙ୍କୁ କଲେଜ ତରଫରୁ ଆନୁଷ୍ଠାନିକ ରୂପେ ସ୍ବାଗତ ସମ୍ବର୍ଦ୍ଧନା ଦୀୟଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁଶାନ୍ତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ ଡ ମଞ୍ଜୁ ନୟାଗଡ଼ ବାଳିକା ମହାବିଦ୍ୟାଳୟରୁ ଟ୍ରଂସ୍ଫର୍ ନେଇ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ଯୋଗଦେଇଛନ୍ତି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଛାତ୍ରୀ ସ୍ନେହୀ, ଆଊ ଜଣେ ଭଲ ଶିକ୍ଷିକା ଓ ମହାବିଦ୍ୟାଳୟ ତାଙ୍କ ପରି ଅଧ୍ୟାପିକାଙ୍କୁ ପାଇ ଗର୍ବିତବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି! ସମସ୍ତ କର୍ମଚାରୀଙ୍କ ସହ ମନ ମିଳାଇ ମହାବିଦ୍ୟାଳୟର ସର୍ବାଙ୍ଗ ଉନ୍ନତିରେ ସହଯୋଗ କରିବାକୁ ଅଧ୍ୟକ୍ଷ ଡ଼ ମଲ୍ଲିକ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆଜି ଯୁକ୍ତ ଦୁଇର ନୂତନ ଛାତ୍ରୀ ମାନଙ୍କର ନାମଲେଖା ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ଥର ପାଇଁ ମହାବିଦ୍ୟାଳୟରେ ଆର୍ଥିକ ସ୍ୱଚ୍ଛତାକୁ ଆଖିଆଗେ ରଖି ଅଧ୍ୟକ୍ଷ ନାମଲେଖା ପ୍ରକ୍ରିୟା ଅନଲାଇନ ଜରିଆରେ କରାଇଛନ୍ତି। ଯୁକ୍ତ ଦୁଇର ନୂତନ ଛାତ୍ରୀମାନେ ନୂତନ ଡ୍ରେସ କୋଡ ରେ ଆସିବେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ଓ ପିଲାମାନଙ୍କ ସୁଭିଧାକୁ ଆଖିଆଗରେ ରଖି ଚଳିତ ବର୍ଷ ହଷ୍ଟେଲ ନିଶ୍ଚିତ ଚାଲିବ ଓ ପିଲାମାନଙ୍କୁ ହଷ୍ଟେଲ ପାଇଁ ଆବେଦନ କରିବାକୁ ସୂଚିତ କରିଛନ୍ତି ।

Leave a Reply

Your email address will not be published. Required fields are marked *