
ସୋରଡା , ୧୪/୨୫ ( ମନୋରଞ୍ଜନ ଅଧିକାରୀ, ଓଡ଼ିଶା ଟୁଡ଼େ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ବୋଲବମ ଭକ୍ତ ଙ୍କ ଶୈବ ପୀଠରେ ଜଳାଭିଶେଖ କରିବା ପାଇଁ ଲମ୍ବା ଧାଡି । ପ୍ରତେକ ଭକ୍ତ ନିଜର ମନ ସ୍କାମନା ପୂର୍ଣ କରିବା ପାଇଁ ବହୁ ଦୂର ଦୂରାନ୍ତ ରୁ କାନ୍ଦରେ ପାଣି ଭାର ଧରି ଖାଲି ପାଦରେ ଚାଲି ଚାଲି ଆସି ଶିବଙ୍କ ମସ୍ତକ ରେ ପାଣି ଢାଳନ୍ତି । ଆଜି ସହର ଠାରୁ ଗ୍ରାମାଞ୍ଚଳ ପ୍ରତେକ ଶିବ ମନ୍ଦିର ରେ ଭିଡ ଯମୁଛି । ସୋରଡା ରେ ଥିବା ବହୁ ପୁରାତନ ଶୈବ ପୀଠ ବାବା ପଞ୍ଚାନନ ଙ୍କ ପୀଠରେ ଆଜି ସହ ସହ ଭକ୍ତ ଙ୍କ ଭିଡ ଜମିଛି । ଏହି ଶୈବ ପିଠ ହେଉଛି ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଏହି ସ୍ଥାନରେ ପାଞ୍ଚ ଗୋଟି ବାଲୁକା ରେ ଳିଙ୍ଗ ସ୍ଥାପନ କରିଥିଲେ ଯାହା କି ରାମାୟଣ ରେ ବର୍ଣିତ ହୋଇଛି । ତେଣୁଅଧିକାଂଶ ଭକ୍ତ ଏଠାକୁ ଆସନ୍ତି ପାଣି ଢଳିବା ପାଇଁଁ । ରୁଷିମାଳ ପର୍ବତ ରୁ କିଏ ପାଣି ଆଣିଛି ତ କିଏ ବ୍ରହ୍ମପୁର ରୁ ପାଣି ଆଣି ଶିବ ଙ୍କ ମସ୍ତକରେ ପାଣି ଢାଲିଛନ୍ତି । ଦୀର୍ଘ ୫୦ କିଲୋମିଟର ଦୂର ଅତିକ୍ରାନ୍ତ କରି ଭକ୍ତ ମାନେ ଖାଲି ପାଦରେ ଚାଲି ଚାଲି ଆସିଛନ୍ତି । ବହୁ ବାଧା ବିଘ୍ନ ହେଲେ ମଧ୍ୟ ବାବା ଙ୍କ ନାମ ଧରି ବଣ ଜଙ୍ଗଲ ଦେଇ ଅନ୍ଧାର ରାତିରେ ଆସିଛନ୍ତି ଭକ୍ତ । ଭୋର ରୁ ପ୍ରଭୁ ପଞ୍ଚାନନ ଙ୍କ ପୀଠରେ ପହଞ୍ଚି ଜାଳା ଭିଶେଖ କରିଛନ୍ତି ଏହା ପରେ ମନ୍ଦିର ବେଢାରେ ପ୍ରସାଦ ରାନ୍ଧି ସେବନ କରିଛନ୍ତି । ଭକ୍ତ ଙ୍କୁ ଶାନ୍ତି ସୁଙ୍ଖଳା ରେ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ତା କରିଛନ୍ତି । କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ବୋଲବମ ଭକ୍ତ ଙ୍କୁ ଅର୍ନ ପ୍ରସାଦ ର ବ୍ୟବସ୍ତା କରିଛନ୍ତି । କିଛି ଭକ୍ତ ମଧ୍ୟ ଋଷିକୁଲ୍ୟା ନଦୀ ରୁ ପାଣି ଉଠାଇ ଶିବ ଙ୍କ ମସ୍ତକ ରେ ଢାଲିଛନ୍ତି । ଋଷିକୁଲ୍ୟା ହେଉଛି ଗଙ୍ଗା ଯମୁନା ଠାରୁ ହଜାରେ ବର୍ଷ ରେ ବଡ ତେଣୁ ଏହି ନଦୀର ପାଣି ଢାଳିଲେ କୋଟି ପୂଣ୍ୟ ଅର୍ଜନ ହୁଏ । ବହୁ ଭକ୍ତ ବର୍ଷ ବର୍ଷ ଧରି ବ୍ରତ ରଖିଛନ୍ତି ଏବଂ ସେମାନଙ୍କ ସବୁ ମନସ୍କାମନା ପୂର୍ଣ ହୋଇଛି ବୋଲି କୁହନ୍ତି ।