ରେଭେନ୍ସା ଛାତ୍ରବାସରେ ରାଗିଂ: ହଷ୍ଟେଲରୁ ତଡ଼ା ଖାଇଲେ 10 ସିନିଅର ଛାତ୍ର

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରବାସରେ ରାଗିଂ ଅଭିଯୋଗ । ଇଷ୍ଟ ହଷ୍ଟେଲ୍‌ର ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ତୃତୀୟ ବର୍ଷ ଅନ୍ତେବାସୀ ରାଗିଂ କରିଥିବା ଅଭିଯୋଗ ହୋଇଛି । ବଡ଼କଥା ହେଉଛି, ହଷ୍ଟେଲ ୱାର୍ଡେନ ବାରଣ କରିବା ସତ୍ତ୍ୱେ ଏହି ରାଗିଂ କରାଯାଇଥିଲା । ରାତି ଅଧରେ ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ଡାକି ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର । ଅଭିଯୋଗ ପାଇ ୱାର୍ଡେନ ପହଞ୍ଚି ଥିଲେ । ଏପରି ନକରିବାକୁ ସିନିଅର ଛାତ୍ର ମାନଙ୍କୁ କହିଥିଲେ । ଏପରିକି ୱାର୍ଡନଙ୍କୁ ତୃତୀୟ ବର୍ଷର ଅନ୍ତେବାସୀମାନେ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ 10 ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି ।ପ୍ରଥମ ବର୍ଷର ଛାତ୍ରମାନେ ଗତ ଶୁକ୍ରବାର ଦିନ ନୂଆ କରି ହଷ୍ଟେଲ ଆସିଛନ୍ତି । ଶନିବାର ବିଳମ୍ବିତ ରାତି ପ୍ରାୟ ସାଢେ 12ଟାରେେ ତୃତୀୟ ବର୍ଷ ଅନ୍ତେବାସୀମାନେ ପ୍ରଥମ ବର୍ଷର ପ୍ରାୟ 15 ଜଣ ଅନ୍ତେବାସୀଙ୍କୁ ଡାକିଥିଲେ । ଏହି ପିଲାମାନଙ୍କୁୁ ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର । ଏହା ଦେଖି ସେମାନେ ଭୟଭୀତ ହୋଇ ପଡିଥିଲେ । ଏହା ଦେଖି ହଷ୍ଟେଲ ୱାର୍ଡେନ ଘଟଣାସ୍ଥଳକୁ ଆସି ସିନିଅର ଛାତ୍ର ଏପରି ନ କରିବାକୁ ବାରଣ କରିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ।ସ୍ଥିତି ଅଣାୟତ ହେବାରୁ ୱାର୍ଡେନ ଅନ୍ୟ ଅଧ୍ୟାପକଙ୍କୁ ଡାକି ଥିଲେ । ଅନ୍ୟ ଅଧ୍ୟାପକମାନେ ଆସିବା ପରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ରୁମକୁ ପଠା ଯାଇଥିଲା । ଭୋର ପ୍ରାୟ 4ଟା ଯାଏ ୱାର୍ଡେନ ଏବଂ ଅନ୍ୟ ଅଧ୍ୟାପକମାନେ ହଷ୍ଟେଲ ଜଗି ରହିଥିଲେ ।

Leave a Reply

Your email address will not be published. Required fields are marked *