
ଭଞ୍ଜନଗର ୨୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଘୁମୁସର ଉନ୍ନୟନ ମଂଚ ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗରଙ୍କ ତରଫରୁ ସର୍ବଶ୍ରୀ ପ୍ରାକ୍ତନ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଟ ଆଇନ ଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ ଓ ବିଶିଷ୍ଟ ସମାଜସେବୀ ମହେଶ ମହାନ୍ତି ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତକରି ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସ୍ମାରକ ପତ୍ର ଦେଇ ଆଲୋଚନା କରିଛନ୍ତି । ଏଥି ସହ ହୃଦୟତାର ସହିତ ସଂସ୍କୃତି ବିଭାଗକୁ ଚିଠି ଲେଖି କାର୍ଯ୍ୟନୁଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ କହିଛନ୍ତି ଏପରି ଯୋଗଜନ୍ମା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ମୁ ସବୁଠାରୁ ଖୁସି ହେବି ଓ ନିଜକୁ ଧନ୍ୟମନେ କରିବି । ପ୍ରତିନିଧିମାନେ ବାଚସ୍ପତିଙ୍କୁ ଗଭୀର କୃତଙ୍ଗ୍ୟତା ଜଣାଇ ଘୁମୁସର ଫେରିଛନ୍ତି ।