ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି

ଭୁବନେଶ୍ବର: ଗତକାଲି ରାତିରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ବହୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ତେବେ ସେହି ଭିତରେ ଖାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ ପାଇଛନ୍ତି ଯୁବ ଆଇଏଏସ ଅମ୍ରିତ ଋତୁରାଜ। ସେ ବର୍ତ୍ତମାନ କନ୍ଧମାଳର ଜିଲ୍ଲାପାଳ ଅଛନ୍ତି।ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସରକାର ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ଚଳିତ ରଥଯାତ୍ରା ବେଳକୁ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରିଦିଆଗଲା। ଏବେ ପୁଣି ତାଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତ କରାଯାଇଛି। ରଥଯାତ୍ରାଠାରୁ ଖୋର୍ଦ୍ଧା ଜିଲ୍ଲାପାଳ ପଦ ଖାଲି ପଡିଥିଲା। ଏବେ ଯୁବ ଆଇଏଏସ ଅମ୍ରିତ ଋତୁରାଜଙ୍କୁ ନିଯୁକ୍ତ କରାଯାଇଛି।ଅମ୍ରିତ ଋତୁରାଜ କିଏ, ସେ ବର୍ତ୍ତମାନ କେଉଁଠି ଅଛନ୍ତିଅମ୍ରିତ ଋତୁରାଜ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି। ସେ ହେଉଛନ୍ତି 2015 ବ୍ୟାଚର ଆଇଏଏସ। ଜନ୍ମ ତାଙ୍କର ନବରଂଗପୁର ଜିଲ୍ଲାର ଉମରକୋଟରେ ହୋଇଛି। ହେଲେ ବର୍ତ୍ତମାନ ସେ କଟକରେ ବସବାସ କରୁଛନ୍ତି। ତାଙ୍କ ବାପା ହେଉଛନ୍ତି ଜଣେ ବରିଷ୍ଠ ଓଏଏସ ଅଫିସର। ବାପାଙ୍କ ବଦଳି ସହତି ଋତୁରାଜଙ୍କ ପାଠପଢା ମଧ୍ୟ ବଦଳିବାରେ ଲାଗିଥିଲା ସେ ପ୍ରଥମେ ଯାଜପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ, ରେଭେନ୍ସା ସ୍କୁଲରୁ ଯୁକ୍ତ ଦୁଇ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଯୁକ୍ତ ତିନି ପାଶ କରିଛନ୍ତି।ଏହାପରେ ସେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଜେଏନୟୁ ର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରୁ ସେ ମାଷ୍ଟର ଡିଗ୍ରୀ କରିଛନ୍ତି। ଏହାପରେ ସେ ଏମଫିଲ କରିବା ପାଇଁ ପଢୁଥିବା ବେଳେ ଆଇଏଏସ ହାସଲ କଲେ। ଯାହା ତାଙ୍କ ଜୀବନର ଏକ ନୂଆ ମୋଡ ନେଇ ଆସିଲା। ସେ ଟ୍ରେନିଂ ସାରି ଆସିବା ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଛେଙ୍କାନାଳ ଏବଂ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି। ସେ ଓଏଏସ ଅଫିସର ଅମୃତା ପ୍ରିୟମ୍ବଦା ମିଶ୍ରଙ୍କୁ ଗତ ବର୍ଷ ବିବାହ କରିଛନ୍ତି।

Leave a Reply

Your email address will not be published. Required fields are marked *