ଭାରତୀୟ ଜନତା ପାର୍ଟି ତରଫରୁ ବେଲଗୁଣ୍ଠାରେ କାରଗିଲ ବିଜୟ ଦିବସ ପାଳିତ

ବେଲଗୁଣ୍ଠା ୨୮/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କାରଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବିଜେପି ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଏଥିରେ ସମ୍ବର୍ଦ୍ଧିତ ହୋଇଥିବାର ଦେଖାଦେଇଛି ।ବେଲଗୁଣ୍ଠା ନଗର ବିଜେପି ସାଧାରଣ ସମ୍ପାଦକ ସୁର୍ଯ୍ୟ ନାରାୟଣ ତ୍ରୀପାଠୀଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ବିଜେପି ସଭାପତି ନୀଳମାଧବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୯୯୯ ମସିହା ମଇ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୨୬ ରେ ସମାପ୍ତ ହୋଇଥିବା କାରଗିଲ ଯୁଦ୍ଧରେ ଭାରତ ବିଜୟ ମୁକୁଟ ପିନ୍ଧିଥିଲା । ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଏହି ମହାନ ସମରରେ ଭାରତ ମାତାର ବହୁ ଲଢୁଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ଏହି ବଳିଦାନକୁ ଆମେ ଭୁଲିବା ଉଚିତ୍ ନୁହେଁ ଏବଂ ଆମ ଭାରତୀୟ ବୀର ସୈନ୍ୟ ବାହିନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ବୋଲି ସେ ବକ୍ତବ୍ୟ ରଖିଥିଲେ ।

ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ଏନ୍.ଏ.ସି ସାଂସଦ ପ୍ରତିନିଧି ନାରାୟଣ ସାହୁ ଯୋଗ ଦେଇ କାରଗିଲ ଦିବସ ଅବସରରେ ଆମେ ଆମର ସେନା ବାହିନୀର ପୁର୍ବତନ କର୍ମଚାରୀଙ୍କୁ ସମ୍ମାନିତ କରି ଗର୍ବିତ ବୋଲି ଅଭିହିତ କରିବା ସହିତ ସେମାନେ ଆମର ନମସ୍ୟ ବୋଲି ପ୍ରକାଶ କରିଥିଲେ । ବିଜେପି ବର୍ତ୍ତମାନ ଦିନରେ ଯୁବ ଓ ଛାତ୍ର ମାନଙ୍କୁ ଗୁରତ୍ୱ ଦେଉଥିବା ବେଳେ ସମସ୍ତେ ଏକଜୁଟ୍ ହୋଇ ଦଳ ଓ ମା ମାଟି ର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମଟି ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ବେଳେ ଶ୍ରୀ ସାହୁ ବିଧାୟକ ନୀଳମଣି ବିଷୋୟୀ ଓ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକଙ୍କୁ ସାଧୁବାଦ ଅର୍ପଣ କରିଥିଲେ ।

ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ଘୁମୁସର ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ରଞ୍ଜନ ଜେନା, ବରିଷ୍ଠ କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ନାଥ ଚୌଧୁରୀ, ସଙ୍ଗଠକ ରାମଚନ୍ଦ୍ର ମିଶ୍ର, ତନରଡା ମଣ୍ଡଳ ସଭାପତି ସଞ୍ଜୟ ଜେନା ଓ ବରିଷ୍ଟ ସଂଗଠକ ନୀଳାଞ୍ଚଳ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ପ୍ରାର୍ଥୀ ମହେନ୍ଦ୍ର ବେହେରା, ଯୁବ ସଙ୍ଗଠକ ଶଙ୍କର ପାତ୍ର, ବରିଷ୍ଠ ନେତା ଗଙ୍ଗାଧର ଡାକୁଆ, ଯୁବନେତା ଅଞ୍ଜନ କୁମାର ପତି, ପ୍ରଭାତ ପତି, ରାଧାକୃଷ୍ଣ ସ୍ୱାଇଁ, ପ୍ରମୋଦ ପତି,ଗୁଡୁ ଦଳେଇ, ସୁର୍ଯ୍ୟ ନାୟକ, ଗୁରୁନାଥ ପତି, ନୀତେଶ କୁମାର ତ୍ରିପାଠୀ, ଅକ୍ଷୟ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୁର୍ବତନ ସାମରିକ କର୍ମଚାରୀ ଶ୍ୟାମସୁନ୍ଦର ବେହେରା, ପ୍ରକାଶ ଚନ୍ଦ୍ର ରଥ, ବୃନ୍ଦାବନ ପଣ୍ଡା, ବସନ୍ତ କୁମାର ସାହାଣୀ, ଅଭିମନ୍ୟୁ ଜେନା, ଚନ୍ଦ୍ର ଶେଖର ପାତ୍ର,ପ୍ରକାଶ ଡାକୁଆଙ୍କ ସମେତ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀ ମାନେ ଏ ପରି ଏକ କାର୍ଯ୍ୟକ୍ରମ ପାଇଁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଓ ବେଲଗୁଣ୍ଠା ବିଜେପିକୁ କୃତଜ୍ଞତା ଜଣାଇଥିଲେ ।କାର୍ଯ୍ୟକ୍ରମ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବେଲଗୁଣ୍ଠା ବିଜେପି ତରଫରୁ ଉପଢୌକନ ଦେଗ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ବେଲଗୁଣ୍ଠା ଅଞ୍ଚଳର ବିକାଶ ଓ ସର୍ବାଙ୍ଗୀନ ଉନ୍ନତିରେ ଗଣମାଧ୍ୟମର ସହଯୋଗ ନିତାନ୍ତ ଆବଶ୍ୟକତା ଦର୍ଶାଇ ସମସ୍ତ ନେତୃବୃନ୍ଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *