ଜମିବାଡ଼ିକୁ କେନ୍ଦ୍ର କରି ବୁଲିଲା ଖଣ୍ଡା: ମହିଳାଙ୍କ ସମେତ ୪ ଗୁରୁତର

ଗଞ୍ଜାମ ୨୮ା୭(ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାର ଉପରେ ଅନ୍ୟ ଏକ ପରିବାର ଉପରେ ଆକ୍ରମଣ କରି ଖଣ୍ଡା ଏବଂ କଟୁରିରେ ହାଣି ପକାଇଛନ୍ତି। ଗୁରୁତରମାନେ ହେଲେ ଭାଗିରଥୀ ମହାନ୍ତି, ଗୋପାଳ ମହାନ୍ତି, କାହ୍ନୁ ମହାନ୍ତି ଓ ଅମ୍ବିକା ପାଣିଗ୍ରାହୀ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ କିଛି ବ୍ୟକ୍ତିଙ୍କୁ ଧରି ଆଣି ପଚାରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *