ୟୁନିଫାଇଡ୍ ଅଟୋମେସନ୍ ସିଷ୍ଟମ୍ ଲାଗୁ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ

ଭଞ୍ଜନଗର ୨୮/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ୟୁନିଫାଇଡ୍ ଅଟୋମେସନ୍ ସିଷ୍ଟମ୍ କୁ ବିରୋଧ କରିଛି। ଉକ୍ତ ସିଷ୍ଟମ କୁ
ବାଧ୍ୟ କରି ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନସିକ ଯତ୍ନଣା ନ ଦିଆଯାଉ।ଉକ୍ତ ବ୍ୟବସ୍ଥା କୁ ଲାଗୁ କରିବା ପୂର୍ବରୁ ନିମ୍ନ ଲିଖିତ ବିଷୟବସ୍ତୁକୁ ଗୁରୁତ୍ୱ ର ସହ ନେଇ ସମାଧାନ କରିବା ଦରକାର।. ପ୍ରାୟ ବିଦ୍ୟାଳୟ ରେ କୈାଣସି ମୋବାଇଲ୍ ନେଟୱର୍କ ଉପଲବ୍ଧ ନୁହେଁ । ଟାବଲେଟ୍ ପାଇଁ ସିମ୍ ଏବଂ ଇଣ୍ଟରନେଟ ସୂଚାରୁରୂପେ ଯୋଗାଇ ଦିଆ ଯାଇ ନାହିଁ।
ବିଭାଗ ଦ୍ବାରା ପ୍ରଦତ୍ତ ଟାଵଲେଟ୍ ଠିକ୍ ଭାବେ କାମ କରୁ ନାହିଁ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଇ ନାହିଁ।
. ଗ୍ରାମାଞ୍ଚଳ ରେ ଛାତ୍ରଛାତ୍ରୀ ପ୍ରାୟ ଦିନ ୧୧.୩୦ ପର୍ଯ୍ୟନ୍ତ ଆସୁଛନ୍ତି। ସେହି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଇବା ସୁବିଧା ୟୁଏଏସ୍ ରେ ଉପଲବ୍ଧ ନୁହେଁ। ବିଦ୍ୟାଳୟ ସମୟରେ ବ୍ୟାଙ୍କ କିମ୍ବା ଅନ୍ୟ କାମ କୁ ଗଲା ବେଳେ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଉପସ୍ଥାପନା ଦେବା ର ସୁବିଧା ଉପଲବ୍ଧ ନୁହେଁ।
ସ୍ବଳ୍ପ ଦରମା ରେ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଅଛି। ତେଣୁ ନିଜସ୍ବ ରିଚାର୍ଜ କରିବା ସମ୍ଭବ ହେବ ନାହିଁ।
. ଶିକ୍ଷକ ଶିକ୍ଷୟିତ୍ରୀ କଂପ୍ୟୁଟର କିମ୍ବା ମୋବାଇଲ୍ ଡାଟା ଅପଲୋଡ଼ କରିବା ଦ୍ବାରା ଶିକ୍ଷଣ କ୍ଷେତ୍ରରେ ବାଧା ସୃଷ୍ଟି ହେବା ପୂର୍ବକ ସମୟର ଅପଚୟ ହେଉଛି। ତେଣୁ ସ୍ଵତନ୍ତ୍ର କଂପ୍ୟୁଟର ଶିକ୍ଷକ ଓ ଡାଟା ଏଣ୍ଟ୍ରି ଅପେରଟର୍ ଆବଶ୍ୟକତା ଅଛି।
ପୁନଃଶ୍ଚ ଓଡ଼ିଶା ସରକାରଙ୍କ ପ୍ରତି ବିଭାଗ ରେ ଲାଗୁ ହୋଇନଥିବା ସତ୍ତ୍ଵେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେବଳ ବିଦ୍ୟାଳୟମାନଙ୍କରେ ଲାଗୁ କରିବା ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ସ୍ପଷ୍ଟ ଅନୁମେୟ ହେଉଛି।
ପ୍ରତି ବିଦ୍ୟାଳୟ ରେ ଶିଶୁ ବାଟିକା ଖୋଲାଯାଇ ଥିଲେ ମଧ୍ୟ ଉଦ୍ଦିଷ୍ଟ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ୩ କିମ୍ବା ୪ଟି ଶ୍ରେଣୀ କୁ ଜଣେ ଶିକ୍ଷକ ପ୍ରାୟ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଛନ୍ତି। ତଥାପି ଜାଣି ଶୁଣି ଏହି ସମସ୍ୟା କୁ ସମାଧାନ କରିବାରେ ଆଗ୍ରହ ପ୍ରକାଶ ନ କରି ୟୁଏଏସ୍ କୁ ଲାଗୁ କରି ପ୍ରଶଂସା ସାଉଁଟିବା ପାଇଁ ଏତେ ବ୍ୟଗ୍ର ହେବା କେତେ ଦୂର ଯଥାର୍ଥ।
ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏ ଯାବତ୍ ନିୟମାନୁସାରେ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ବହୁ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥା କୁ ଲଦି ପଦୋନ୍ନତି କୁ ନିରୁତ୍ସାହିତ କରାଯାଇଛି। ଏସବୁ ସହ ୟୁଏଏସ୍ ଲାଗୁ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନସିକ ଉତ୍ପୀଡନ କରାଯାଉଛି।
ବାରମ୍ବାର ଅନୁରୋଧ ସତ୍ତ୍ଵେ ଶିକ୍ଷକମାନଙ୍କୁ ଅଣ ଶୈକ୍ଷିକ କାର୍ଯ୍ୟ ରେ ନିୟୋଜନ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କେବଳ ଶିକ୍ଷାଦାନ କାର୍ଯ୍ୟ ରେ ନିୟୋଜିତ କରିବା ପାଇଁ ପୁନଃଶ୍ଚ ଅନୁରୋଧ କରୁଛୁ।
ଏସସି ଓ ଏସି ବିଭାଗ ଶିକ୍ଷା ସହାୟକ ର ୬ବର୍ଷ କୁ ମିଶାଇ ୬ ଟି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ କରିବା ପାଇଁ ତତ୍ପରତା ଦେଖାଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୀରବତା ,ଏକପ୍ରକାର ମାନସିକ ସଂଘାତ ସୃଷ୍ଟି କରୁଛି।
ପ୍ରାୟ ୨୨ ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୂଳ ଦରମା ୪୨୦୦ ଜିପି ପ୍ରଦାନ କରୁଥିବା ବେଳେ ଆମ ବିଭାଗ ଚୀର ନିଦ୍ରା ରେ ଶୋଇ ପଡି ହଠାତ୍ ୟୁଏଏସ୍ ଲାଗୁ କରି ନିଦ୍ରା ଭଙ୍ଗ କରିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଅତ୍ଏବ ଉପରୋକ୍ତ ବିଷୟକୁ ସହୃଦୟତାର ସହିତ ବିଚାର କୁ ନେଇ ଆବଶ୍ୟକତା ଭିତ୍ତିଭୂମି କୁ ଯୋଗାଇ ୟୁଏଏସ୍ ଲାଗୁ କରିବା ପାଇଁ ଅନୁରୋଧ।

Leave a Reply

Your email address will not be published. Required fields are marked *