ଜଗନ୍ନାଥ ପ୍ରସାଦ :ଗୋଲାବାରୁଦ କାରଖାନା କାହା ସ୍ବାର୍ଥ ରେ, ପ୍ରକଳ୍ପ ନିର୍ମାଣ ଯୋଜନାକୁ ବିରୋଧ

ଜଗନ୍ନାଥ ପ୍ରସାଦ ୨୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ମହାରାଷ୍ଟ୍ର ସିଡିଇଟି ନାମକ ଏକ ଘରୋଇ ବିସ୍ପୋରକ ଉତ୍ପାଦନ କମ୍ପାନୀ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ନିକଟ ଘାଟି ପଲ୍ଲୀ ଓ ଲଣ୍ଡେଇ ହିଲି ଠାରେ ଗୋଳା ବାରୁଦ କମ୍ପାନୀ ନିର୍ମାଣ କରୁଛି।କିନ୍ତୁ ଯେଉଁ ଅଞ୍ଚଳରେ ଏହାକୁ ନିର୍ମାଣ କରୁଛି ତାହାର ଗୋଟାଏ କିଲୋମିଟର ମଧ୍ୟରେ ଅନେକ ଗାଁ ରହୁଛି ଯାହା ଫଳରେ ସେମାନଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିବା ସହ ସେଠିକାର ପରିବେଶ ଗୁରୁତର ଭାବେ ପ୍ରଭାବିତ ହେବ।ଗୋଟାଏ ଜନବସତି ଅଞ୍ଚଳରେ ଏହି ପରି ବିସ୍ପୋରକ କାରଖାନା ନିର୍ମାଣ ର ପରିକଳ୍ପନା ଓ ଅନୁମତି କାହା ସ୍ୱାର୍ଥରେ ଦିଆ ଗଲା ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ର ନିର୍ଦ୍ଧିଷ୍ଟ ଘରୋଇ କମ୍ପାନୀ ଦ୍ୱାରା ନିର୍ମାଣ ହେଉଥିବା ଏହି କାରଖାନା ରେ ସର୍ଵ ମୋଟ ୧୫୦କର୍ମଚାରୀ ନିଯୁକ୍ତି ପାଇବେ ଏବଂ ଏଥିରେ କୌଣସି ସ୍ଥାନୀୟ ଜନସାଧାରଣ ଙ୍କୁ ନିଯୁକ୍ତି ର ସୂଚନା ନାହିଁକି ମିଳିବାର ସୁଯୋଗ ନାହିଁ।ତେଣୁ ଏହି ବିବାଦୀୟ ପ୍ରକଳ୍ପକୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା, ଗ୍ରାମବାସୀ ଙ୍କ ଦ୍ଵାରା ବିରୋଧ କରାଯାଇଥିଲା ବେଳେ ଗତକାଲି
ଅଳି କିଶୋର ପଟ୍ଟନାୟକ ସିପିଆଇ ଏମ ପୂର୍ବତନ କେନ୍ଦ୍ରକମିଟି ସଦସ୍ୟ ତଥା ଓଡିଶା ରାଜ୍ୟ ସମ୍ପଦକ,
ଯୁଧିଷ୍ଠିର ବେହେରା ସିପିଆଇ ଏମ ଗଂଜାମ ଜିଲ୍ଲା ସମ୍ପାଦକ,ବିଦ୍ୟାଧର ଜେନା କ୍ଷେତ ମଜଦୂର ସମ୍ପାଦକ,ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ହରି କୃଷ୍ଣ ରେଡି,ବିଭୁ ପ୍ରସାଦ ପାଣିଗ୍ରାହୀ, ନୀଳମଣି ଗୁରୁ,ଯୁବ ନେତା ଦିଲ୍ଲୀପ ପଗଡ଼,ଦୀନ ବନ୍ଧୁ ଜେନା,ବରିଷ୍ଠ ଆଇନଜୀବୀ ତଥା ସିପିଆଇଏମନେତା ଅଭିମନ୍ୟୁ ଗୌଡ଼ଙ୍କ ନେତୃତ୍ୱରେ ଗୋଟାଏ ଟିମ ଗୋଲାବାରୁଦ କମ୍ପାନୀ ନିର୍ମାଣ ଅଞ୍ଚଳ କୁ ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ।ଆଜି ଭଞ୍ଜନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଳି କିଶୋର ପଟ୍ଟନାୟକ ସିପିଆଇ ଏମ ପୂର୍ବତନ କେନ୍ଦ୍ରକମିଟି ସଦସ୍ୟ ଏ ସଂକ୍ରାନ୍ତରେ ନିଜର ମତ ଦେବା ସହ ଏହାକୁ ବିରୋଧ କରିଥିଲେ।ଆସନ୍ତା ୩୦ରେ ହେବାକୁ ଥିବା ଜନ ଶୁଣାଣୀ କୁ ସ୍ଥଗିତ କରିବା ସହ ଜନ ସାଧାରଣ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ବନ୍ଦ କରିବାକୁ ସରକାର ଙ୍କ ପାଖରେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *