ଯାଜପୁର ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟର ବୋର୍ଡ ଅଫ ଟ୍ରଷ୍ଟି ଗଠନରେ ଅନିୟମିତତାକୁ ନେଇ ସାମ୍ବାଦିକ ସମ୍ମିଳନୀ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକାରେ ବିଶ୍ଵ କ୍ରୋମାଇଟ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଖଣି ଅଞ୍ଚଳ ରେ ପାରିପାର୍ଶିକ ବିକାଶ ଗମନାଗମନ ରାସ୍ତା ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ପ୍ରଦ୍ୟୁଷଣ ମୁକ୍ତ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ୨୦୧୫ ମସିହା ରୁଲ ୪(ଙ) ଅନୁଯାଇ ଯାଜପୁର ଜିଲ୍ଲାରେ ଯାଜପୁର ଜିଲ୍ଲା ଖଣିଜ ଫାଉଣ୍ଡେସନ ଗଠନ କରାଯାଇଛି । ଖଣି ସଂଲଗ୍ନ ପଂଚାୟତ ଜନ ପ୍ରତିନିଧି ସୁକିନ୍ଦା ବିଧାୟକ ସୁକିନ୍ଦା ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବ୍ଲକ୍ ଅଧ୍ୟକ୍ଷ ରହିବାର ଓଡିଶା ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ରେ ନିୟମ ରହିଛି । ଏବଂ ଏହି ନିୟମ କୁ ଉଲଂଘନ କରି ବିଜେପି ସରକାର ଖଣି ପ୍ରଭାବିତ ଅଞ୍ଚଳ ର ଜନ ପ୍ରତିନିଧି ଓ ୪୦ କିଲୋମିଟର ଦୂର ଜିଲ୍ଲା ପରିଷଦ ଜନ ପ୍ରତିନିଧି ଧର୍ମଶାଳା ବିଧାୟକ କୁ ନେଇ ଯାଜପୁର ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟର ବୋର୍ଡ ଅଫ ଟ୍ରଷ୍ଟି ଗଠନ କରାଯାଇଛି । ଏହି ଅନିୟମିତତାକୁ ନେଇ ସୁକିନ୍ଦା ଖଣି ଉପତ୍ୟକା ଜନ ପ୍ରତିନିଧି ମାନେ ସାମ୍ବାଦିକ ସମ୍ମିଳନୀ ବିରୋଧ କରିଛନ୍ତି । ଡବଲ ଇଞ୍ଜିନ ସରକାର ଓ ଜିଲ୍ଲା ପ୍ରଶାସନକୁ ଚେତା ବାଣୀ ଦେଇଛନ୍ତି। ଏହି କମିଟ କୁ ଭାଙ୍ଗି ଖଣି ଅଞ୍ଚଳ ର ଜନ ପ୍ରତିନିଧି ମାନଙ୍କୁ ନେଇ ନିୟମ ଅନୁସାରେ କମିଟି ଗଠନ ନ କରାଗଲେ ସୁକିନ୍ଦା ଖଣି ଅଞ୍ଚଳ ରେ ଆନ୍ଦୋଳନ ଭୟାଵହ ହେବ ଖଣି ଅଞ୍ଚଳ କୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ଖଣି ପ୍ରଭାବିତ ଅଞ୍ଚଳ ର ୫ଟି ପଂଚାୟତ ର ଜନ ପ୍ରତିନିଧି ଓ ଜନସାଧାରଣ ମାନେ ଚରମ ବାଣୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *