ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡ ବାତିଲ; ଦାବି କଲା ଭାରତୀୟ ଗ୍ରାଣ୍ଡ ମୁଫତି କାର୍ଯ୍ୟାଳୟ, ଖଣ୍ଡନ କଲେ ମୃତକଙ୍କ ଭାଇ

ନୂଆଦିଲ୍ଲୀ : ୟେମେନରେ ବନ୍ଦୀ ଥିବା ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶକୁ ପ୍ରତ୍ୟାହାର କରାଯାଇଥିବା ଭାରତୀୟ ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟ ଦାବି କରିଛି । ନ୍ୟୁଜ ଏଜେନ୍ସି ANI ଏହି ରିପୋର୍ଟ କରିଛି । କନ୍ଥାପୁରମ୍ ଭାରତୀୟ ଗ୍ରାଣ୍ଡ ମୁଫତି ଏ ପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ କହିଛି ଯେ ସନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏକ ବିବୃତ୍ତିରେ କୁହାଯାଇଛି, ” ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ, ଯାହାକୁ ପୂର୍ବରୁ ସ୍ଥଗିତ ରଖାଯାଇଥିଲା, ତାହାକୁ ପ୍ରତ୍ୟାହାର କରାଯାଇଛି। ସନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।”ଅନ୍ୟପଟେ ମୃତକ ତଲାଲ ମେହେଦିଙ୍କ ଭାଇ ଅବଦୁଲ ଫତାହ ମେହେଦି ମିମିଷାଙ୍କ ମୃତ୍ୟୁ ଦଣ୍ଡାଦେଶ ସ୍ଥଗିତକୁ ବାତିଲ କରାଯାଇଥିବା ସୂଚନାକୁ ଖଣ୍ଡନ କରିଛନ୍ତି । ଏସ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ କନ୍ଥାପୁରମ୍ ଭାରତୀୟ ଗ୍ରାଣ୍ଡ ମୁଫତି ଏ ପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ଦ୍ବାରା ଦିଆଯାଇଥିବା ବୟାନ ଫାଶୀ ବାତିଲ କରିବା ପାଇଁ ଏକ ଚୁକ୍ତି ହୋଇଛି, ତାହା ସମ୍ପର୍ଣ୍ଣ ମିଥ୍ୟା ।ଜୁନ୍ 2017ରେ ଜଣେ ୟେମେନୀ ନାଗରିକଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ 37 ବର୍ଷୀୟା କେରଳର ନର୍ସ ନିମିଷା ପ୍ରିୟାଙ୍କୁ ଚଳିତ ମାସ ଜୁଲାଇ 16 ରେ ଫାଶୀ ଦିଆଯିବାର ନିଷ୍ପତ୍ତି ହୋଇଥିଲା । ଦେଶର ସର୍ବୋଚ୍ଚ ନ୍ୟାୟିକ ପରିଷଦ ନଭେମ୍ବର 2023 ରେ ସମର୍ଥନ କରିଥିଲା। କିନ୍ତୁ, ଭାରତୀୟ ଗ୍ରାଣ୍ଡ ମୁଫତି ଏବଂ ଭାରତ ସରକାରଙ୍କ ଉଦ୍ୟମ ପରେ ତାଙ୍କ ଫାଶୀ ଦଣ୍ଡାଦେଶକୁ ଜୁଲାଇ 15 ତାରିଖରେ ସ୍ଥଗିତ ରଖାଯାଇଥିଲା।ପୂର୍ବରୁ ଜୁଲାଇ 17ରେ , ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କହିଥିଲା ଯେ ନିମିଷା ପ୍ରିୟାଙ୍କୁ ସହଯୋଗ ପାଇଁ ଆମେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ଏହି ମାମଲାରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୟସ୍ବାଲ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ ଯେ ବୈଦେଶିକ ମନ୍ତ୍ରଣାଳୟ ପ୍ରିୟାଙ୍କ ପରିବାରକୁ ୟେମେନରେ ଜଟିଳ ଆଇନଗତ ପ୍ରକ୍ରିୟାକୁ ପରିଚାଳନା କରିବାରେ ସହାୟତା କରିବା ପାଇଁ ଜଣେ ଓକିଲଙ୍କୁ ନିଯୁକ୍ତ କରିଛି। ଏଥିରେ ସରିଆ ଆଇନ ଅନୁଯାୟୀ କ୍ଷମା କିମ୍ବା କ୍ଷମା ପାଇଁ ବିକଳ୍ପ ଅନ୍ତର୍ଭୁକ୍ତ।କେରଳର ପାଲକ୍କଡ ଜିଲ୍ଲାର ନର୍ସ ନିମିଶା ପ୍ରିୟା ବର୍ତ୍ତିମାନ ୟେମେନର ରାଜଧାନୀ ସାନାର ଏକ ଜେଲରେ ବନ୍ଦୀ ଅଛନ୍ତି। 2015 ରେ ନିମିଷା ୟେମେନରେଜଣେ ନାଗରିକ ତଲାଲ ମେହେଦିଙ୍କ ସହ ମିଶି ଏକ କ୍ଲିନିକ ଖୋଲିଥିଲେ । କେତେକ ବିବାଦକୁ ନେଇ ଦୁହେଁ ଅଲଗା ହୋଇ ଯାଇଥିଲେ । ପରେ ନିମିଷା ଅଭିଯୋଗ କରିଥିଲେ ଯେ ତଲାଲ ମେହେଦି ତାଙ୍କ ପାସପୋର୍ଟ ଜବରଦସ୍ତ ରଖିଥିଲେ । ସେଥିପାଇଁ ନିମିଷା ଭାରତ ଫେରି ପାରି ନ ପାରି ବାଧ୍ୟରେ ୟେମେନରେ ରହୁଥିଲେ । ପାସପୋର୍ଟ ପାଇବା ପାଇଁ ନିମିଷା 2017 ରେ ତଲାଲ ମେହେଦିଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଓଭର ଡୋଜ ଯୋଗୁଁ ତଲାଲ ମେହେଦିଙ୍କର ମୃତ୍ଯୁ ଘଟିଥିଲା । 2017 ଜୁଲାଇ 25 ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ଯୁ ଦଣ୍ଡାଦେଶ ଶୁଣାଇ ଥିଲା ।

Leave a Reply

Your email address will not be published. Required fields are marked *