ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଖାତାକୁ ୨୦ ହଜାର ୫୦୦ କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ ତମ କିସ୍ତି ଅଗଷ୍ଟ ୨ ତାରିଖ ଶନିବାର ଦିନ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, ଗତକାଲି ନୂଆଦିଲ୍ଲୀରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି କାର୍ଯ୍ୟକ୍ରମର ଲାଭ ସର୍ବାଧିକ ସଂଖ୍ୟକ ଚାଷୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ବୈଠକରେ, ଶ୍ରୀ ଚୌହାନ ଜାତୀୟ, ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ସ୍ତରରେ ଚାଷୀମାନଙ୍କୁ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଏକ ଦେଶବ୍ୟାପୀ ଅଭିଯାନ ଭାବରେ ଆୟୋଜନ କରିବାକୁ ଆହ୍ୱାନ କରିଥିଲେ।ସେ ସାରା ଦେଶର ଚାଷୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆହ୍ୱାନ କରିଥିଲେ। ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ଏହି ଯୋଜନା ଅଧୀନରେ ତିନୋଟି କିସ୍ତିରେ ଚାଷୀମାନଙ୍କୁ ଛଅ ହଜାର ଟଙ୍କା ହସ୍ତାନ୍ତର କରାଯାଉଛି, ପ୍ରତ୍ୟେକ କିସ୍ତି ପ୍ରତି ଚାରି ମାସରେ ଜାରି କରାଯିବ। ୨୦ କିସ୍ତିରେ ଦେଶର ୯.୭ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୨୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ସିଧା ଯିବ

Leave a Reply

Your email address will not be published. Required fields are marked *