ବ୍ୟାସନଗର ସରସ୍ବତୀ ଶିଶୁ ମନ୍ଦିର ରେ ବିଜ୍ଞାନ ମେଳା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ର ମୁଣ୍ଡମାଳ ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ୟାସନଗରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ଉପସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ରଜତ କୁମାର ରାଉତ ଯୋଗ ଦେଇ ବିଜ୍ଞାନ ର ଆବଶ୍ୟକତା ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନା ସମିତି ସଦସ୍ୟା ଶ୍ରୀମତୀ ନମିତା ଲାକ୍ରା ଓ ପୂର୍ବତନ ସଦସ୍ୟା କାର୍ମିମଣି ମାର୍ଣ୍ଡି ଉକ୍ତ ସଭା ରେ ଉପସ୍ଥିତ ଥିଲେ।
ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସଂକୁଳ ର ପ୍ରମୁଖ ତଥା ଜାରକା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ ଯୋଗ ଦେଇ ବିଜ୍ଞାନ ର ଉପଯୋଗୀତା ସମ୍ବନ୍ଧରେ ପିଲାମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଦିଲୀପ କୁମାର ଜେନା ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ।ବିଚାରକ ଭାବେ ମାନସ କୁମାର ସାହୁ, ବିଦ୍ୟାଧର ପାଢ଼ୀ, ଜନାର୍ଦ୍ଦନ ସ୍ୱାଇଁ, ସୁରେନ୍ଦ୍ର ବାହାଲିଆ, ମଦନ ମୋହନ ବେହେରା, ସୁରେଶ ଚନ୍ଦ୍ର ବେହେରା, ନୟନଦୀପ୍ତ ବେହେରା ଓ ମୃତ୍ୟୁଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟ ର ବିଜ୍ଞାନ ପ୍ରମୁଖ ନରେନ୍ଦ୍ର କୁମାର ଦାସ ଜ୍ଞାନବିଜ୍ଞାନ ମେଳା ର ବୃତ୍ତ କଥନକରିବା ସହ ପୁରସ୍କାର ବିତରଣ ଉତ୍ସବ କୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନ ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବ ରେ ଅତିଥି ପରିଚୟ ପ୍ରଦାନ କରିଥିଲେ।ମେଳାରେ ବିଦ୍ୟାଳୟ ପକ୍ଷରୁ ବିଜ୍ଞାନପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ ଆଦି ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟ ର ୩୫୦ରୁ ଅଧିକ ଛାତ୍ର ଛାତ୍ରୀଅଂଶ ଗ୍ରହଣ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ନାୟକ, ବିଜ୍ଞାନ ଶିକ୍ଷକ ରାଜକୃଷ୍ଣ ପାଳ, ନିର୍ମଳ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ବେହେରା, ଅଜୟ କୁମାର ବେହେରା, ଆଶିଷ କୁମାର ମଲ୍ଲ, ରତିକାନ୍ତ ବାରିକ, ହରମୋହନ ବିଶ୍ୱାଳ ଗଜେନ୍ଦ୍ର ସେଠୀ, ଗୁରୁମା ସୁଶ୍ରୀ କଳ୍ପନାରାଉତ, ଚିନା ମିଶ୍ର, ପ୍ରିୟମ୍ବଦା ବିଶ୍ୱାଳ, ଅଶାନ୍ତି ସାମଲ, ରୀନା ପଣ୍ଡା, ସୁଜାତା ଶତପଥି, ସ୍ଵର୍ଣ୍ଣଲତା ଶତପଥୀ, ଗାୟତ୍ରୀ ପଟ୍ଟନାୟକ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କର ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ଟି ସରସସୁନ୍ଦର ହୋଇଥିଲା।

Leave a Reply

Your email address will not be published. Required fields are marked *