ଟଳିଲା ଟ୍ରମ୍ପଙ୍କ ଟାରିଫ ଭୟ: ସପ୍ତାହେ ପରେ ଲାଗୁ ହେବ ରେସିପ୍ରୋକାଲ ଟାକ୍ସ

ନ୍ୟୁୟର୍କ: ଟଳିଲା ଟାରିଫ ଭୟ । ଆଜିଠାରୁ ଲାଗୁ ହେବାକୁ ଥିବା ଟ୍ରମ୍ପଙ୍କ ୨୫% ଟାରିଫ ଘୁଂଚି ଯାଇଛି । ଏହାକୁ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହି ନୂତନ ଶୁଳ୍କ ଅଗଷ୍ଟ 1 ପରିବର୍ତ୍ତେ ୭ ତାରିଖରୁ ଲାଗୁ ହେବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ର୧୦ ପ୍ରତିଶତରୁ ୪୧ ପ୍ରତିଶତ ପର୍ଯ୍ୟନ୍ତ ନୂତନ ପାରସ୍ପରିକ ଶୁଳ୍କ ବା ରେସିପ୍ରୋକାଲ ଟାକ୍ସ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ସ୍ୱାକ୍ଷର କରିବା ସମୟରେ ଟ୍ରମ୍ପ କହିଛନ୍ତି, ଏହି ନିଷ୍ପତ୍ତି ବହୁ ବର୍ଷ ଧରି ଚାଲିଥିବା ବ୍ୟବସାୟିକ ଅସନ୍ତୁଳନକୁ ଦୂର କରିବ ଏବଂ ଆମେରିକାକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ।ଭାରତ ଉପରେ 25 ପ୍ରତିଶତ ‘ପାରସ୍ପରିକ ଶୁଳ୍କ’ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଅଗଷ୍ଟ ପହିଲାରୁ ଏହି ଟାରିଫ୍ ଲାଗୁ ହେବ ବୋଲି ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ଏକ ପୋଷ୍ଟରେ କହିଥିଲେ । ଏଥିରେ ଟ୍ରମ୍ପ ଭାରତ-ରୁଷ ସମ୍ପର୍କକୁ ନେଇ ମଧ୍ୟ ଜୋରଦାର ବର୍ଷିଥିଲେ । ଭାରତ ଋଷଠାରୁ ସାମରିକ ଉପକରଣର ଏକ ବଡ଼ ଅଂଶ କିଣୁ ଥିବାରୁ ଏହାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ଟ୍ରମ୍ପ ।ୱାଶିଂଟନ୍ ପକ୍ଷରୁ ବିଶ୍ୱର ବିଭିନ୍ନ ଦେଶ ଉପରେ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ଯାହାକୁ ନେଇ ହ୍ୱାଇଟ୍ ହାଉସ୍ ଏକ ତାଲିକା ପ୍ରକାଶ କରିଛି । ଗୁରୁବାର ପ୍ରକାଶିତ ଏହି ତାଲିକା ଅନୁସାରେ, ଭାରତ ଉପରେ 25 ପ୍ରତିଶତ ‘ପାରସ୍ପରିକ ଶୁଳ୍କ’ ଲାଗୁ କରାଯାଇଛି। ସେହିପରି ପାକିସ୍ତାନ ଉପରେ ୧୯ ପ୍ରତିଶତ, ବାଂଲାଦେଶ ଏବଂ ଭିଏତନାମ ଉପରେ ୨୦ ପ୍ରତିଶତ, ଦକ୍ଷିଣ ଆଫ୍ରିକା ଉପରେ ୩୦ ପ୍ରତିଶତ ଏବଂ ସ୍ୱିଜରଲ୍ୟାଣ୍ଡ ଉପରେ ୩୯ ପ୍ରତିଶତ ଶୁଳ୍କ ଲଗାଇଛି। ଏହା ବ୍ୟତୀତ, ଆମେରିକା ପ୍ରଶାସନ କାମେରୁନ, ଚାଡ୍, ଇସ୍ରାଏଲ, ତୁର୍କୀ ସମେତ ଅନେକ ଦେଶ ଉପରେ 15 ପ୍ରତିଶତ ଟିକସ ଲାଗୁ କରିଛି।ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶରେ କୁହାଯାଇଛି, କିଛି ବାଣିଜ୍ୟିକ ଅଂଶୀଦାର ଆମେରିକା ସହିତ ଅର୍ଥପୂର୍ଣ୍ଣ ବାଣିଜ୍ୟ ଏବଂ ସୁରକ୍ଷା ପ୍ରତିଶ୍ରୁତି ପାଇଁ ରାଜି ହୋଇଛନ୍ତି କିମ୍ବା ରାଜି ହେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ଆମେରିକା ସହିତ ସମନ୍ୱୟ ସ୍ଥାପନ କରିବା ଦିଗରେ ସେମାନଙ୍କର ଆନ୍ତରିକ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ଏପଟେ ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଯଦି କୌଣସି ସାମଗ୍ରୀ ଅଗଷ୍ଟ 7 ତାରିଖ ସୁଦ୍ଧା ଏଠାକୁ ଆସିବା ପାଇଁ ଲୋଡ୍ ହୋଇସାରିଛି ଏବଂ ସେଗୁଡ଼ିକ ଅକ୍ଟୋବର ସୁଦ୍ଧା ଆମେରିକାରେ ପହଞ୍ଚିଯାଏ, ତେବେ ସେମାନଙ୍କ ଉପରେ କୌଣସି ନୂତନ ଶୁଳ୍କ ଲାଗୁ କରାଯିବ ନାହିଁ। ପରନ୍ତୁ ସେମାନଙ୍କ ଉପରେ ପୂର୍ବରୁ ଶୁଳ୍କ ଲାଗୁ କରାଯିବ ।ଜଣାନ୍ତୁ କେଉଁ ଦେଶ ଉପରେ ଲାଗୁ ହେବ କେତେ ପ୍ରତିଶତ ଟାକ୍ସସିରିଆ-୪୧%ଲାଓସ-୪୦%ସ୍ୱିଜରଲାଣ୍ଡ -୩୯%ଇରାକ,ସର୍ବିଆ-୩୫%ଅଲଜିରିଆ,ବୋସ୍ରିଆ , ଲିବିୟା, ଦକ୍ଷିଣ ଆଫ୍ରିକା-୩୦%ଭାରତ, କାଜାକିସ୍ତାନ, ମୋଲ୍ଡୋବା, ଟ୍ୟୁନିସିଆ-୨୫%ବାଂଲାଦେଶ, ଶ୍ରୀଲଙ୍କା,ତାଇବାନ, ଭିଏତନାମ- ୨୦%ପାକିସ୍ତାନ,ମାଲେସିଆ, ଇଣ଼୍ଡୋନେସିଆ, କାମ୍ବୋଡିଆ, ଥାଇଲାଣ୍ଡ, ଫିଲିପାଇନ୍ସ- ୧୯%ନିକାରାଗୁଆ-୧୮%ଇସ୍ରାଏଲ, ଜାପାନ, ତୁର୍କୀ, ନାଇଜେରିଆ, ଘାନା ସମେତ ଅନେକ ଦେଶରେ ୧୫%ବ୍ରାଜିଲ, ୟୁନାଇଟେଡ କିଙ୍ଗଡମ-୧୦%

Leave a Reply

Your email address will not be published. Required fields are marked *