ଶସ୍ତା ହେଲା ଏଲପିଜି ସିଲିଣ୍ଡର: ରକ୍ଷାବନ୍ଧନ ପୂର୍ବରୁ ସାଧାରଣ ଲୋକଙ୍କୁ ସରକାର ଦେଲେ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧ ଅଗଷ୍ଟ ୨୦୨୫ ଠାରୁ ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ତଥାପି ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ଘରୋଇ ଗ୍ରାହକମାନଙ୍କୁ ବର୍ତ୍ତମାନ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜିଠାରୁ ଦେଶରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ ପାଇଛି। ଏହା ଲଗାତାର ଦ୍ୱିତୀୟ ମାସ, ଯାହା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *