ଚାରା ରୋପଣ ବିକଳ୍ପ ବ୍ୟବସ୍ଥା : ସରଂକ୍ଷିତ ଜଙ୍ଗଲରେ ବାଉଁଶ ମଞ୍ଜି ଫିଙ୍ଗିଲେ ବିଧାୟକ ପ୍ରଦ୍ୟୁମ୍ନ

ଭଞ୍ଜନଗର ୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଖୋଲା ଜଙ୍ଗଲରେ ଚାରା ରୋପଣ କରିବା ସହଜ। କିନ୍ତୁ ଜଙ୍ଗଲର ଏଭଳି କିଛି ସ୍ଥାନ ରହୁଛି ସେଠି ଯାଇ ଚାରା ରୋପଣ କରିବା କଷ୍ଟକର। ତେଣୁ ଜଙ୍ଗଲ ବିଭାଗ ଉକ୍ତ ସ୍ଥାନ ଗୁଡ଼ିକୁ ବିକଳ୍ପ ଭାବେ ଅନେକ ସମୟରେ ସଂରକ୍ଷିତ ଜଙ୍ଗଲରେ (ସିଡ ବଲ) ମଞ୍ଜି ଫିଙ୍ଗି ଚାରା ରୋପଣ କରନ୍ତି। ବର୍ଷା ଋତୁରେ ମଞ୍ଜି ଗୁଡ଼ିକୁ ଜଙ୍ଗଲ ଭିତରେ ଫୋପାଡିଲେ ତାହା ଆପେ ଆପେ ବଡ ହୁଏ। ଏହାଦ୍ବାରା ଖର୍ଚ୍ଚ କମ ସାଙ୍ଗକୁ ସୁବିଧାରେ ନୂତନ ଜଙ୍ଗଲ ସୃଷ୍ଟି ହୋଇଥାଏ। ଏହିଭଳି ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଆଜକୁ କିଛିଦିନ ହେବ ବାଉଁଶ ସମେତ ବିଭିନ୍ନ ମଞ୍ଜିକୁ ଗୁଳା ଗୁଳା କରି ଜଙ୍ଗଲରେ ଫୋପଡା ଯାଉଛି।

ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛିଦିନ ପୂର୍ବେ ଏହିଭଳି ଜନହିତକର କାର୍ଯ୍ୟକ୍ରମରେ ସାମିଲ ହୋଇ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରେ ବାଉଁଶ ମଞ୍ଜି (ସିଡ ବଲ) ଫୋପାଡି ଥିଲେ। ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା,ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହିଭଳି ଅନ୍ୟ ରେଞ୍ଜ ଗୁଡ଼ିକରେ ମଧ୍ୟ ସିଡ ବଲ ଫୋପାଡ଼ି ଚାରା ରୋପଣ କରାଯାଇଛି।

Leave a Reply

Your email address will not be published. Required fields are marked *