ବଡକୋଦଣ୍ଡା କ୍ଲଷ୍ଟର ସ୍ତରୀୟ ବନମହୋତ୍ସବ ଓ ମାସିକ ବୈଠକ ଅନୁଷ୍ଠିତ

ଭଞ୍ଜନଗର ୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବଡକୋଦଣ୍ଡା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଦିନ ଏହି ବୈଠକ ଅନୁଷ୍ଠିତ ହେବ। ସେହି କ୍ରମରେ ଏହି ବୈଠକ ଆଜି ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ପ୍ରଧାନ ଶିକ୍ଷକ ମଦନମୋହନ ରଥ, ସସ୍ମିତା ମିଶ୍ର, ସସ୍ମିତା ରାଣୀ ତ୍ରିପାଠୀ, ଆଶା କୁମାରୀ ମଲ୍ଲିକ, ପୁଷ୍ପାଞ୍ଜଳି ଗୌଡ଼, ସସ୍ମିତା କୁମାରୀ ପାତ୍ର, ଡି ଭାରତୀ, ସୁନୀଲ କାନ୍ତ ପଟ୍ଟନାୟକ, ଆର. ସୁଧାଂଶୁ ଶେଖର ବେହେରା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ସବିତା କୁମାରୀ ପଟ୍ଟନାୟକ, ମିନତି କୁମାରୀ ବିଷୋୟୀ, ଶୁଭଶ୍ରୀ ସାହୁ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସଂଗିତା ପ୍ରଧାନ, ଶାନ୍ତିଲତା ରାଉତ, ପୂର୍ଣଚନ୍ଦ୍ର ସାହୁ ଓ ସହକାରୀ ଶିକ୍ଷକ ବୈଜୟନ୍ତିମାଳା ମଲିକ, ନିଳାଞ୍ଚଳ ପ୍ରଧାନ। ଆଜିର ଏହି ବୈଠକରେ ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ଶିକ୍ଷାଦାନ, ୪ ଓ ୫ ଶ୍ରେଣୀ ପାଇଁ ଗଣିତ ଶିକ୍ଷଣ, ସାମଗ୍ରିକ ପ୍ରଗତି ପତ୍ର, ଶିଶୁର ବିଭିନ୍ନ ପ୍ରକାରର ବିକାଶ ଏବଂ ଏହା ସହିତ ଏକ ପେଡ ମା କେ ନାମ, ୟୁଡାଇସ, ୟୁଏଏସ ପୋର୍ଟାଲ, ଆସ ସ୍କୁଲ ଯିବା, ସିଟିଏସ୍ ସର୍ଭେ ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ଭଞ୍ଜନଗର ବ୍ଳକ୍ର ଅନ୍ୟାନ୍ୟ କ୍ଲଷ୍ଟରରେ ମଧ୍ୟ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଓ ଆହ୍ଵାନ କ୍ରମେ ଏବଂ କ୍ଲଷ୍ଟର ସିଆରସିସିଙ୍କ ଉଦ୍ୟମ ତଥା ଶିକ୍ଷକ ପୂର୍ଣଚନ୍ଦ୍ର ସାହୁଙ୍କ ସହଯୋଗରେ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜିର କ୍ଲଷ୍ଟର ସ୍ତରୀୟ ବୈଠକ ସହିତ “ଏକ ପେଡ ମା କେ ନାମ” ବନମହୋତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଟୋକାଗଣ୍ଡା ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିବେଦିତା ନାୟକ, ଗୀତାଞ୍ଜଳି ପ୍ରଧାନ ଏବଂ ସିଏଚ ସନ୍ଧ୍ୟାରାଣୀ ସୁବୁଦ୍ଧି, ସମସ୍ତ ପାଚିକା ସହାୟିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ବଡକୋଦଣ୍ଡା କ୍ଲଷ୍ଟରର ଅନେକ ବିଦ୍ୟାଳୟରେ ଏବର୍ଷ ବନମହୋତ୍ସବ ପାଳନ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

Leave a Reply

Your email address will not be published. Required fields are marked *